Breaking Newsରାଜନୀତି
ସମ୍ବିଧାନ ବଞ୍ଚାଅ ରାଲିରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ସମ୍ବିଧାନର ସୁରକ୍ଷା ଏବଂ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କ ଉପରେ ଚାପ ପକାଇବାକୁ କଂଗ୍ରେସର ଏହି ବଡ଼ ପ୍ରସ୍ତୁତି। ରାଜଧାନୀରେ ୧୦ରୁ ୧୫ ହଜାର ଲୋକଙ୍କ ସମାଗମ ସହ ପ୍ରାୟ ୫ ହଜାର ବାଇକ୍ରେ ରାଲି କରିବାକୁ ଦଳ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହି ରାଲି ଜରିଆରେ ଏକାଧିକ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛି କଂଗ୍ରେସ। MMDR ବିଲ୍ର ସଂଶୋଧନ, ବନ୍ୟା ପରିଚାଳନାରେ ରାଜ୍ୟ ସରକାରଙ୍କ ବିଫଳତା, କୋଟିଆ ସୀମା ବିବାଦ, ପୋଲାଭରମ ପ୍ରକଳ୍ପ ଏବଂ ମହାନଦୀ ଜଳ ବଣ୍ଟନ ବିବାଦ ଭଳି ପ୍ରସଙ୍ଗ ଉଠାଇବ ଦଳ।
କେବଳ ସେତିକି ନୁହେଁ, ପାଠ୍ୟପୁସ୍ତକରେ ତ୍ରୁଟିକୁ ନେଇ ମଧ୍ୟ ସରକାରଙ୍କୁ ଟାର୍ଗେଟ୍ କରିବ କଂଗ୍ରେସ। ଏହି ପ୍ରସଙ୍ଗରେ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିବ ଦଳ। ତେବେ ବିଧାନସଭା ଅଧିବେଶନ ମଧ୍ୟରେ କଂଗ୍ରେସର ଏହି ଶକ୍ତି ପ୍ରଦର୍ଶନ ସରକାରଙ୍କ ଉପରେ କେତେ ପ୍ରଭାବ ପକାଉଛି ଏବଂ ଦଳର ଦାବି ଉପରେ ସରକାରଙ୍କ ପ୍ରତିକ୍ରିୟା କ’ଣ ରହୁଛି, ତାହା ଉପରେ ରହିବ ସମସ୍ତଙ୍କ ନଜର।



