Breaking Newsଅନ୍ତର୍ଜାତୀୟ

ବ୍ୟାଙ୍କିଂ ସେବା ଠପ୍ । ହଇରାଣ ହେଉଛନ୍ତି ଗ୍ରାହକ

ମୋବାଇଲ ନ୍ୟୁଜ 24×7: ନିକଟରେ ବ୍ରିଟେନରେ ଗୁଗଲ୍ କ୍ଲାଉଡ୍‌ର ସେବା ଠପ୍ ହୋଇଯାଇଥିଲା । ଯାହା ଫଳରେ ସେଠାକାର ସମଗ୍ର ଆର୍ଥିକ ଏବଂ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା କିଛି ସମୟ ପାଇଁ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଏହି ବଡ଼ଧରଣର ବୈଷୟିକ ତ୍ରୁଟି ଅନଲାଇନ ପେମେଣ୍ଟ ଏବଂ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସେବାକୁ ବନ୍ଦ କରିଦେଇଥିଲା, ଯାହା ପୂରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ।ସଫ୍ଟୱେରରେ ତ୍ରୁଟି ଯୋଗୁଁ ହଜାର ହଜାର ଗ୍ରାହକ ନିଜ ବ୍ୟାଙ୍କ ଆକାଉଣ୍ଟ ଖୋଲିବାଠାରୁ ଆରମ୍ଭ କରି ଟଙ୍କା ଟ୍ରାନ୍ସଫର ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସାମ୍ନା କରିଛନ୍ତି। ଆମେରିକାର ସବୁଠାରୁ ବଡ଼ ବ୍ୟାଙ୍କ JPMorgan Chaseର ସିଷ୍ଟମରେ ତ୍ରୁଟି ଯୋଗୁଁ ଏହି ସମସ୍ୟା ଦେଖାଦେଇଛି। ଏହାର ପ୍ରଭାବ ଅନ୍ୟ କେତେକ ବ୍ୟାଙ୍କର ଗ୍ରାହକଙ୍କ ଉପରେ ମଧ୍ୟ ପଡ଼ିଛି।

ସୋମବାର ହଠାତ୍ ଅନେକ ଗ୍ରାହକ ଅନଲାଇନ୍ ବ୍ୟାଙ୍କିଂ ସେବା ବ୍ୟବହାର କରିବାରେ ଅସୁବିଧା ଭୋଗିଥିଲେ। କେହି ନିଜ ଆକାଉଣ୍ଟର ବାଲାନ୍ସ ଦେଖିପାରିନଥିଲେ ତ ଆଉ କେହି ଟଙ୍କା ଟ୍ରାନ୍ସଫର କରିବାରେ ବିଫଳ ହୋଇଥିଲେ। ଏଟିଏମ୍ କାର୍ଡ ବ୍ୟବହାର ଓ ୱାୟାର ଟ୍ରାନ୍ସଫରରେ ମଧ୍ୟ ସମସ୍ୟା ହୋଇଥିବା ଗ୍ରାହକ ଅଭିଯୋଗ କରିଥିଲେ।JPMorgan Chase ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ନିଜର ଅନ୍-ପ୍ରିମାଇସ୍ ହାର୍ଡୱେର ସିଷ୍ଟମରେ ଥିବା ଏକ ସଫ୍ଟୱେର ବଗ୍ ଯୋଗୁଁ ଏହି ସମସ୍ୟା ହୋଇଛି। ଏହା ପଛରେ କୌଣସି ସାଇବର ଆକ୍ରମଣର ପ୍ରମାଣ ମିଳିନାହିଁ ବୋଲି ବ୍ୟାଙ୍କ କହିଛି। ତ୍ରୁଟି ସୁଧାରି ସମସ୍ତ ସେବା ସ୍ୱାଭାବିକ କରିବାକୁ କାମ ଚାଲିଥିବା ମଧ୍ୟ ଜଣାଇଛି।

Related Articles

Back to top button