Breaking Newsଅପରାଧଓଡ଼ିଶା

କୁଞ୍ଜଲତା ନନ୍ଦ ହତ୍ୟା ମାମଲାରେ ବଡ଼ ଖୁଲାସା! ଜବତ ହେଲା ଲୁଟ୍ ସୁନା ଓ ସ୍କୁଟି

ଲକ୍ଷ୍ମୀସାଗରର କୁଞ୍ଜଲତା ନନ୍ଦ ହତ୍ୟା ମାମଲାରେ ଦିନକୁ ଦିନ ଖୋଲୁଛି ନୂଆ ନୂଆ ତଥ୍ୟ। ହତ୍ୟାକାଣ୍ଡ ପରେ ଲୁଟ୍ ହୋଇଥିବା ସୁନା ଅଳଙ୍କାର ଏବଂ ସ୍କୁଟିକୁ ଜବତ କରିଛି କମିଶନରେଟ୍ ପୋଲିସ।ଭୁବନେଶ୍ୱର ବାହାରେ ଚଢ଼ାଉ କରି ଏସବୁ ସାମଗ୍ରୀ ଜବତ କରିଛି ସ୍ପେଶାଲ ସ୍କ୍ୱାଡ୍। ଫଳରେ ଏହି ହତ୍ୟା ମାମଲାର ତଦନ୍ତରେ ପୋଲିସକୁ ମିଳିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ଅନ୍ୟପଟେ ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ବଳଭଦ୍ର ମହାରଣା ଏବେ ପୋଲିସର ୫ ଦିନିଆ ଟ୍ରାଞ୍ଜିଟ୍ ରିମାଣ୍ଡରେ ରହିଛି।

ଘଟଣା ପରେ ଫେରାର ହୋଇଯାଇଥିବା ବଳଭଦ୍ରକୁ ଦୀର୍ଘ ୮ ଦିନର ଖୋଜାଖୋଜି ପରେ ଗୁଜରାଟର ସୁରତ-ବଡ଼ୋଦରା ଅଞ୍ଚଳରୁ ଗିରଫ କରିଥିଲା କମିଶନରେଟ୍ ପୋଲିସ। ଏହି ମାମଲାରେ ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଛି ଅଭିଯୁକ୍ତଙ୍କ ପତ୍ନୀଙ୍କ ଭୂମିକା। ହତ୍ୟାକାଣ୍ଡ ସହ ତାଙ୍କର କୌଣସି ସମ୍ପର୍କ ରହିଛି କି? ଅଭିଯୁକ୍ତଙ୍କୁ କୌଣସି ପ୍ରକାର ସହଯୋଗ କରିଥିଲେ କି? ଏସବୁ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ।ତେବେ ତଦନ୍ତ ଶେଷ ନହେବା ଯାଏଁ ଏହି ମାମଲାରେ ତାଙ୍କ ଭୂମିକା ସମ୍ପର୍କରେ କୌଣସି ଚୂଡ଼ାନ୍ତ ନିଷ୍କର୍ଷରେ ପହଞ୍ଚିବା ଠିକ୍ ହେବନାହିଁ।

ସୂଚନା ଅନୁସାରେ, ଗତ ୩ ତାରିଖରେ ଘର ମାଲିକାଣୀ କୁଞ୍ଜଲତା ନନ୍ଦଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ବଳଭଦ୍ର ମହାରଣା। ହତ୍ୟା ପରେ ସୁନା ଅଳଙ୍କାର ଓ ସ୍କୁଟି ନେଇ ସେ ଫେରାର ହୋଇଯାଇଥିଲା। ଘଟଣାର ୮ ଦିନ ପରେ ଗୁଜରାଟରୁ ତାକୁ ଗିରଫ କରିଥିଲା ପୋଲିସ।

 

Related Articles

Back to top button