ଓଡ଼ିଶାସ୍ୱାସ୍ଥ୍ୟ

ସାବଧାନ ! ଗୁପଚୁପ ଖାଉଥିଲେ

ଗୁପଚୁପ ଦେଖିଲେ ପାଟିରୁ ଲାଳ ବାହାରେ । ସମସ୍ତଙ୍କ ପ୍ରିୟ ଜିନିଷ । ହେଲେ ଗୁପଚୁପ କେମିତି ତିଆରି ଆପଣ ଦେଖିଲେ , ଛାଡ଼ିଦେବେ ଖାଇବା । ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିଲା ଗୁପଚୁପ । ଖାଦ୍ୟର ମାନ ଓ ପରିବେଶ ଯାଞ୍ଚ କରିବାକୁ ସହରର ୩ଟି ସ୍ଥାନରେ ଚଢ଼ାଉ କରିଛି ସ୍ୱାସ୍ଥ୍ୟ ବିଭାଗର ଟିମ୍ । ଏହି ଚଢ଼ାଉରେ ୨୦ରୁ ଅଧିକ ଗୁପଚୁପ ବ୍ୟବସାୟୀଙ୍କୁ ଯାଞ୍ଚ ପରିସରକୁ ଅଣାଯାଇଛି ।

ଯାଞ୍ଚ ବେଳେ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହୋଇଥିବା ଗୁପଚୁପକୁ ନଷ୍ଟ କରିଛି ଟିମ୍ । ତେବେ ଜବତ ଗୁପଚୁପକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଓ ବ୍ୟବସାୟୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। କଟକର ଏହି ରେଡ୍ ପରେ ରାସ୍ତାକଡ଼ରେ ବିକ୍ରି ହେଉଥିବା ଖାଦ୍ୟର ସ୍ୱଚ୍ଛତା ଓ ସୁରକ୍ଷାକୁ ନେଇ ପୁଣି ଉଠିଛି ପ୍ରଶ୍ନ ।

Related Articles

Back to top button