Uncategorized
ସୃଷ୍ଟି ହେଲା ଲଘୁଚାପ । ଆଉ ତ୍ରାହି ନାହିଁ
ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଆଉ ୧୫ ବେଳକୁ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ହେଲେ ଅବପାତ ପରେ ଏହା ଗତିପଥ କେଉଁ ଦିଗକୁ ରହିବ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ବାତ୍ୟାର ରୂପ ନେବା ନେଇ ମଧ୍ୟ ଏଯାଏଁ କୌଣସି ନିଶ୍ଚିତ ପୂର୍ବାନୁମାନ ହୋଇନାହିଁ। ଏହା ଆସନ୍ତାକାଲି ସୁଦ୍ଧା ଜଣାପଡିଯିବ । କିନ୍ତୁ ବିଦେଶୀ ପାଣିପାଗ ମଡେଲ୍ ବାତ୍ୟା ହେବ ବୋଲି ଆକଳନ କରିଛି ।
ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ। ତେବେ ଓଡ଼ିଶାରେ ଆସନ୍ତା ୧୭ ତାରିଖରୁ ବର୍ଷା ହେବା ସମ୍ଭାବନା ରହିଛି। ଧାନ ପାଚିଲା ବେଳକୁ ବର୍ଷା ଭୟ ଚାଷୀଙ୍କୁ ପୁଣି ଚିନ୍ତାରେ ପକାଇଦେଇଛି। ତେବେ କେଉଁ ଅଞ୍ଚଳ ବର୍ଷା ଦ୍ବାରା ପ୍ରଭାବିତ ହେବ ସେନେଇ ଆଇଏମଡି ପକ୍ଷକୁ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇଛି।



