
ଅଶାନ୍ତ ହୋଇପଡିଛି କଲେଜ କ୍ୟାମ୍ପସ | କେଉଁଠି ଗଣ୍ଡଗୋଳ ତ କେଉଁଠି ବୋମାମାଡ଼| କଲେଜ ପରିସର ପୂରା ଚାଞ୍ଚଲ୍ୟ ହୋଇପଡିଛି | ଗତକାଲି ସନ୍ଧ୍ୟାରେ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ କଲେଜ ପରିସରରେ ଆତଙ୍କର ବାତାବରଣ ଦେଖାଦେଇଛି।ତେବେ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍ ଟିମ୍ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି ।
ଦୁର୍ବୃତ୍ତମାନେ କେତୋଟି ବୋମାମାଡ଼ କରିଥିଲେ ଏବଂ ଘଟଣା ପଛରେ କେଉଁ କାରଣ ରହିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସାଇଣ୍ଟିଫିକ୍ ଟିମ୍ର ତଦନ୍ତ ପରେ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବା ଆଶା କରାଯାଉଛି।ଅନ୍ୟପଟେ, କଲେଜ ପରିସରରେ ଏଭଳି ବୋମାମାଡ଼ ଘଟଣାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ଶିକ୍ଷାନୁଷ୍ଠାନ ପରିସରରେ ଏଭଳି ଘଟଣା କିପରି ଘଟିଲା ଏବଂ ଏଥିରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।




