ଓଡ଼ିଶାରାଜନୀତି

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର ,ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ବେଳେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବିମାନ ବନ୍ଦରରେ, ଭବ୍ୟ ସ୍ବାଗତ କରାଯାଇଛି। ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି, ରାଜ୍ୟପାଳ ବ୍ରଜମୋହନ ରାମ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାଲିଯାତ୍ରାର ଉଦ୍‌ଘାଟନୀ ଦିବସରେ, ମୁଖ୍ୟ ଅତିଥି ଭାବେ ଯୋଗଦେଇ, ଏସିଆ ମହାଦେଶର ସର୍ବବୃହତ୍‌ ମୁକ୍ତାକାଶ ମେଳାକୁ ଉଦ୍‌ଘାଟନ କରିବେ। ତାଙ୍କ ସହିତ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କଟକ ଲୋକସଭା ସଦସ୍ୟ ଭର୍ତ୍ତୃହରି ମହତାବ ମଧ୍ୟ ସମ୍ମାନିତ ଅତିଥି ଭାବେ, ଯୋଗଦେବେ।

ଏଥର ଉଭୟ ତଳ ଓ ଉପର ପଡ଼ିଆରେ ଯାତ୍ରା ଆୟୋଜନ ହେଉଥିବାରୁ, ଷ୍ଟଲ୍‌ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି। ୨ହଜାରରୁ ଊର୍ଦ୍ଧ୍ବ ଷ୍ଟଲ୍‌ ଖୋଲୁଛି। ଟାଇଟାନିକ୍‌ ଜାହାଜର ପ୍ରତିକୃତି, ଜାପାନ ସିଟି ଓ ଭେନିସ୍‌ ସିଟି ଲୋକମାନଙ୍କୁ, ଅଧିକ ଆକୃଷ୍ଟ କରିବ। ହସ୍ତତନ୍ତ, ଓରମାସ୍‌, ଠୁଙ୍କାପୁରୀ, ଦହିବରା ଇତ୍ୟାଦି ଆକର୍ଷଣ ପାଲଟିବ।

ବାଲି ଓ କଳିଙ୍ଗ ନୌବାଣିଜ୍ୟ ସଂପର୍କକୁ ନେଇ, ପ୍ରସ୍ତୁତ ହୋଇଥିବା କଟକ ଇନ୍‌ କଟକ ମଧ୍ୟ, ଲୋକମାନଙ୍କ ପାଇଁ, ଅନ୍ୟତମ ଆକର୍ଷଣ ରହିବ। ଭିଡ଼ ନିୟନ୍ତ୍ରଣ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ, ୭୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ।

Related Articles

Back to top button