ଅପରାଧଓଡ଼ିଶା

ନଦୀରୁ ଗଳିତ ମୃତଦେହ ଉଦ୍ଧାର, ଶୁଭଶ୍ରୀଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସନ୍ଦେହ!

କିଏ ଏହି ମୃତ ବ୍ୟକ୍ତି? କେମିତି ନଦୀକୁ ଆସିଲା ମୃତଦେହ? ଏହା ଆତ୍ମହତ୍ୟା, ଦୁର୍ଘଟଣା ନା ହତ୍ୟା? ଏଭଳି ଅନେକ ପ୍ରଶ୍ନ ଏବେ ଘେରି ରହିଛି ଏକ ରହସ୍ୟମୟ ମୃତଦେହକୁ।କେନ୍ଦ୍ରାପଡ଼ା ରାଜନଗରର ହଂସୁଆ ନଦୀରୁ ଉଦ୍ଧାର ହୋଇଛି ଏକ ଗଳିତ ମୃତଦେହ। ମୃତଦେହର ଅବସ୍ଥା ଏତେ ଶୋଚନୀୟ ଯେ, ଶରୀରରୁ ମାଂସ ଝଡ଼ିଯାଇଥିବା ବେଳେ ଦେଖାଯାଉଛି କଙ୍କାଳ। ଅଗ୍ନିଶମ ବାହିନୀ ନଦୀରୁ ମୃତଦେହକୁ ଉଦ୍ଧାର କରିଥିବା ବେଳେ ରାଜନଗର ପୋଲିସ ଏହାକୁ ଜବତ କରି ଆରମ୍ଭ କରିଛି ତଦନ୍ତ।

ତେବେ ଏହି ମୃତଦେହକୁ ନେଇ ଏବେ ସବୁଠୁ ବଡ଼ ସନ୍ଦେହ ସୃଷ୍ଟି ହୋଇଛି। କାରଣ, ପ୍ରାୟ ଦେଢ଼ ମାସ ଧରି ନିଖୋଜ ଥିବା ଶୁଭଶ୍ରୀଙ୍କ ମୃତଦେହ ହୋଇଥାଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି ।ତେବେ ଉଦ୍ଧାର ହୋଇଥିବା ମୃତଦେହଟି ପ୍ରକୃତରେ ଶୁଭଶ୍ରୀଙ୍କର କି ? ନା ଏହା ପଛରେ ରହିଛି ଆଉ କିଛି ଅଜଣା ରହସ୍ୟ?ମୃତଦେହର ପରିଚୟ ଏବଂ ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି। ଡିଏନ୍‌ଏ ପରୀକ୍ଷା ଓ ଅନ୍ୟାନ୍ୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ମୃତଦେହର ପରିଚୟ।

ଏବେ ସମସ୍ତଙ୍କ ନଜର ପୋଲିସ ତଦନ୍ତ ଉପରେ। ଶୁଭଶ୍ରୀ ନିଖୋଜ ଘଟଣାର ରହସ୍ୟ ଖୋଲିବ ନା ଏହି ମୃତଦେହ ପଛରେ ଲୁଚି ରହିଛି ଆଉ କିଛି ଅକୁହା କାହାଣୀ? ତାହା ଜାଣିବାକୁ ଅପେକ୍ଷା।

Related Articles

Back to top button