Breaking Newsଓଡ଼ିଶା
ଧକ୍କା ଦେଲା ଯାତ୍ରୀବାହୀ ବସ୍ ! ୨ ଗୁରୁତର, ୧୬ ଆହତ

ବସ-ଟ୍ରକ ଧକ୍କା । ଯାଜପୁର ବଡଚଣା ଓଭର ବ୍ରିଜ୍ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ପଛପଟୁ ଧକ୍କାଦେଲା ଯାତ୍ରୀ ବାହୀ ବସ୍ । ଦୁର୍ଘଟଣାରେ ୧୬ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ବଡଚଣା ପୋଲିସ୍ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ବଡଚଣା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ଏବଂ ୨ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ଆହତଙ୍କ ମଧ୍ୟରେ ୫ ଜଣ ମହିଳା ଥିବା ବେଳେ ବସଟି ପଶ୍ଚିମବଙ୍ଗ ମେଦିନପୁରରୁ ପୁରୀ ଯାଉଥିବା ସୂଚନା ମିଳିଛି ।




