ଅନ୍ୟାନ୍ୟଓଡ଼ିଶା

ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ

ଭୁବନେଶ୍ୱର ,ଆଜି ସକାଳୁ ସକାଳୁ ଦୀର୍ଘ ସମୟ ଧରି  ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ।

କେତେବେଳେ ନୀଳଚକ୍ର ପତିତପାବନ ବାନ ଉପରେ ଉଡୁଥିଲା ତ ଆଉ କେତେବେଳେ, ଶ୍ରୀମନ୍ଦିର ଚାରିପାଖେ, ଉଡୁଥିଲା।

ଶେଷରେ ଡ୍ରୋନ ସ୍ପେଶାଲ ଟିମ୍ ଡ୍ରୋନ ଉଡାଉଥିବା ବ୍ୟକ୍ତିକୁ, ଠାବ କରିଥିଲେ।

ନୀଳଚକ୍ର ସହ ଶ୍ରୀମନ୍ଦିରର ବିଭିନ୍ନ ଦିଗରୁ ନେଲା, ଫଟୋ ଓ ଭିଡ଼ିଓ।

ଅଭିଯୁକ୍ତ ଜଣଙ୍କ ହେଲେ କୋଲକତାର, ଶମ୍ଭୁନାଥ ମଣ୍ଡଳ।

ତାଙ୍କୁ ଧରିବା ସହ ଡ୍ରୋନକୁ ଜବତ କରି ସିଂହଦ୍ବାର ପୋଲିସକୁ ହସ୍ତାନ୍ତର କରିଛନ୍ତି।

ଡ୍ରୋନରେ କଣ ସବୁ ଫଟୋ ଭିଡ଼ିଓ ନେଇଛି ତାକୁ ଯାଞ୍ଚ କରାଯାଉଛି।

ଶ୍ରୀମନ୍ଦିର ପାଖ ମାଟି ମାଣ୍ଡପ ସାହି ମଙ୍ଗୁ ମଠ ନିକଟରୁ ଅଭିଯୁକ୍ତକୁ ଧରାଯାଇଥିଲା।

Related Articles

Back to top button