Breaking Newsଐତିହ୍ୟ ଓ ସଂସ୍କୃତିଓଡ଼ିଶା

କେବେ ପାଳନ କରିବେ ଦୀପାବଳି ?

ମହାଷ୍ଟମୀ, ଦଶହରା ଓ କୁମାର ପୂର୍ଣ୍ଣିମା ଭଳି ଦୀପାବଳି ପାଳନର ତାରିଖକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ । ନଭେମ୍ବର ୮ ନା ୯ ତାରିଖ, କେଉଁ ଦିନ ପାଳନ ହେବ ଆଲୋକର ପର୍ବ? ଏହାକୁ ନେଇ ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସୁଛି। କେବଳ ଦୀପାବଳି ନୁହେଁ, ପୟା ଶ୍ରାଦ୍ଧ ଓ ଶ୍ୟାମାକାଳୀ ପୂଜାର ତାରିଖକୁ ନେଇ ମଧ୍ୟ ରହିଛି ଅସ୍ପଷ୍ଟତା । କାରଣ ଓଡ଼ିଶାରେ ଅନେକ ପର୍ବପର୍ବାଣୀ ଶ୍ରୀମନ୍ଦିରର ପରମ୍ପରା ଓ ନୀତିକାନ୍ତି ଅନୁସାରେ ପାଳନ କରାଯାଏ ।

ଆଉ ପାଞ୍ଜି ଗଣନା ଅନୁସାରେ, ନଭେମ୍ବର ୮ ତାରିଖ ରବିବାର ଦିନ ୧୧ଟା ୨୮ ମିନିଟ୍‌ରୁ ଅମାବାସ୍ୟା ତିଥି ଆରମ୍ଭ ହେବ । ଏହା ନଭେମ୍ବର ୯ ତାରିଖ ସୋମବାର ମଧ୍ୟାହ୍ନ ପ୍ରାୟ ୧୨ଟା ୩୨ ମିନିଟ୍‌ ପର୍ଯ୍ୟନ୍ତ ରହିବ । ଅର୍ଥାତ୍ ଅମାବାସ୍ୟା ତିଥି ଦୁଇଟି ତାରିଖରେ ରହୁଛି । ଏହି ସମୟ ଗଣନାକୁ ନେଇ ହିଁ ପର୍ବ ପାଳନର ତାରିଖକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି ।

ନଭେମ୍ବର ୯ ତାରିଖରେ ଶ୍ରୀମନ୍ଦିରରେ ଅମାବାସ୍ୟା ଓ ନାରାୟଣଙ୍କ ସାଗର ବିଜେ ନୀତି ରହିଥିବା କୁହାଯାଉଥିବାବେଳେ ଅନ୍ୟପଟେ ଜ୍ୟୋତିର୍ବିଦମାନେ ନଭେମ୍ବର ୮ ତାରିଖକୁ ଦୀପାବଳି ପାଳନ ପାଇଁ ଉପଯୁକ୍ତ ବୋଲି ମତ ଦେଉଛନ୍ତି ।ଗୋଟିଏ ପର୍ବ ପାଇଁ ଭିନ୍ନ ଭିନ୍ନ ପାଞ୍ଜିରେ ଅଲଗା ତାରିଖ ଉଲ୍ଲେଖ ହେଉଥିବାରୁ ସାଧାରଣ ଲୋକ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ।

Related Articles

Back to top button