Breaking Newsଓଡ଼ିଶାରାଜନୀତି

ପୂର୍ବତନ ସାଂସଦଙ୍କ ଘରେ ରେଡ୍

ଅଡୁଆରେ ପୂର୍ବତନ ସାଂସଦ । ରାୟଗଡ଼ା ଟାଉନସ୍ଥିତ ବାସଭବନରେ ଚଢ଼ାଉ କରିଛି EOW ଟିମ୍। ଆର୍ଥିକ ଅନିୟମିତତା ଅଭିଯୋଗରେ ଟିମ୍ ପକ୍ଷରୁ ଜୋରଦାର ଖୋଳତାଡ଼ ଚାଲିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ପୂର୍ବରୁ ଟ୍ରକ୍ ୟୁନିୟନ୍‌ରେ ହୋଇଥିବା ଆର୍ଥିକ ଅନିୟମିତତା ମାମଲାରେ ଏନ୍. ଭାସ୍କର ରାଓଙ୍କ ନାଁ ଆସିଥିବା କୁହାଯାଉଛି । ଏହି ମାମଲାର ତଦନ୍ତକୁ ନେଇ EOWର ଏକ ଟିମ୍ ତାଙ୍କ ରାୟଗଡ଼ାସ୍ଥିତ ବାସଭବନ ସମ୍ମୁଖରେ ପହଞ୍ଚିଛି । ହେଲେ ଭାସ୍କର ରାଓ ବର୍ତ୍ତମାନ ରାୟଗଡ଼ାରେ ନଥିବାରୁ ଘରେ ତାଲା ପଡ଼ିଛି । ଫଳରେ ଘରର ଗେଟ୍ ସମ୍ମୁଖରେ ଅପେକ୍ଷା କରି ରହିଥିଲେ EOW ଅଧିକାରୀ ।

କିଛି ସମୟ ଘର ବାହାରେ ଅପେକ୍ଷା କରିବା ପରେ ଘର ଭିତରକୁ ପ୍ରବେଶ କରି ତଦନ୍ତ ଆରମ୍ଭ କରିଛି ଟିମ୍। ତେବେ ଚଢ଼ାଉ ସମୟରେ ଘରେ ଉପସ୍ଥିତ ନଥିଲେ ଏନ୍. ଭାସ୍କର ରାଓ। ସେପଟେ ଏହି ଘଟଣାରେ EOW ପକ୍ଷରୁ କି ଭାସ୍କର ରାଓଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Related Articles

Back to top button