ଅନ୍ୟାନ୍ୟଓଡ଼ିଶା

ଲୋୟର ପିଏମଜିରେ ଚାଳକଙ୍କ ଶାନ୍ତିପୂର୍ଣ୍ଣ ଧାରଣା

ଭୁବନେଶ୍ୱର ,କିଛି ଦିନର ବ୍ୟବଧାନ ପରେ ଦାବି ପୁରାଣ ନେଇ ରରାସ୍ତାକୁ ,ଓହ୍ଲାଇଛନ୍ତି ଅଲ୍ ଓଡ଼ିଶା ଗିଗ୍ ୱାର୍କର୍ସ ୟୁନିଅନ୍। ଆଜିଠାରୁ ସଂଘର ଶତାଧିକ ସଦସ୍ୟ,ଲୋୟର ପିଏମଜିରେ ସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି ।

ବାଇକ୍ ଟ୍ୟାକ୍ସି ସେବାକୁ ସମ୍ପୂର୍ଣ୍ଣ ବନ୍ଦ ନକରି ଏଥିପାଇଁ ଏକ ସ୍ପଷ୍ଟ ନିୟାମକ ବ୍ୟବସ୍ଥା ଲାଗୁ କରିବାକୁ ସଂଘ ଦାବି କରିଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ,ଜାରି ମୋଟର ଯାନ ଏଗ୍ରିଗେଟର ଗାଇଡ୍ ଲାଇନ୍ସ-୨୦୨୫କୁ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ସଂଘ।

ଆସନ୍ତା ୧୫ ଦିନ ମଧ୍ୟରେ ବାଇକ୍ ଟ୍ୟାକ୍ସି ସେବା ବନ୍ଦ କରିବାକୁ, ନିର୍ଦ୍ଦେଶ ଦ୍ୱାରା ହଜାର ହଜାର ଚାଳକଙ୍କ ଜୀବିକା ,ପ୍ରଭାବିତ ହେବ। ଓଡ଼ିଶାରେ ଏହି ସେବା ଅନେକଙ୍କ ପାଇଁ ରୋଜଗାରର, ଏକ ପ୍ରମୁଖ ମାଧ୍ୟମ ପାଲଟିଛି।

ତେଣୁ ହଠାତ୍ ସେବା ବନ୍ଦ ହେଲେ, ଚାଳକଙ୍କ ସହ ଯାତ୍ରୀମାନେ ମଧ୍ୟ ଅସୁବିଧାରେ ପଡ଼ିବେ ବୋଲି, ସଂଘ ଆଶଙ୍କା କରିଛି।

Related Articles

Back to top button