Breaking Newsଓଡ଼ିଶା

ଧନତେରାସରେ ସୁନା ଦୋକାନରେ ପ୍ରବଳ ଭିଡ଼ ।

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ଆସନ୍ତାକାଲି ପାଳିତ ହେବ ଆଲୋକର ପର୍ବ ଦୀପାବଳି । ହେଲେ ଏହାର ଦିନକ ପୂର୍ବରୁ ପାଳନ କରାଯାଏ ଧନତେରାସ । ଏହି ଦିନ ସୁନା କିଣିବାର ପ୍ରଥା ରହିଥିବା ବେଳେ ଗହଣା ଦୋକାନରେ ଲାଗିଥାଏ ଖଚାଖଚ ଭିଡ । ଆଜିର ଦିନରେ ସୁନା କିଣିଲେ ଶୁଭ ଓ ଧନ 13 ଗୁଣା ବୃଦ୍ଧି ହୋଇଥାଏ ବୋଲି ଲୋକଙ୍କ ବିଶ୍ବାସ ରହିଛି । ଏପରିକି ଗୃହକୁ ଧନଲକ୍ଷ୍ମୀ ପ୍ରବେଶ କରନ୍ତି ବୋଲି କୁହାଯାଏ ।

ତେବେ ଗହଣା ବ୍ୟବସାୟୀ ଏହି ଅବସରରେ ଗ୍ରାହକଙ୍କ ଉପରେ ଅଫରର ବର୍ଷା ବି କରିଥାନ୍ତି । ସୁନା ଦୋକାନରୁ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ କିଣିଥାନ୍ତି । ଏ ନେଇ ଗହଣା ଦୋକାନଠୁ ବଜାର ପର୍ଯ୍ୟନ୍ତ ସବୁଠି ଭିଡ଼ ଦେଖିବାକୁ ମିଳିଛି । ନିକଟରେ ସୁନା ଓ ରୁପା ଦରରେ ହ୍ରାସ ହୋଇଥିବାରୁ ଗ୍ରାହକଙ୍କ ଆଗ୍ରହ ବଢ଼ିଥିବା ନେଇ ସ୍ଥାନୀୟ ବ୍ୟବସାୟୀମାନେ ଆଶା ପ୍ରକାଶ କରିଛନ୍ତି। ସୁନା ଓ ରୁପା କଏନ୍, ହାଲୁକା ଗହଣା ଓ ଘରୋଇ ସାମଗ୍ରୀ କିଣାକୁ ନେଇ ବଜାରରେ ରହିଛି ଉତ୍ସବର ମାହୋଲ। କେବଳ ସୁନା ଓ ରୁପା ନୁହେଁ, ନୂଆ ବାସନକୁସନ, ଝାଡ଼ୁ ଓ ଘରୋଇ ଉପକରଣ କିଣିବାକୁ ମଧ୍ୟ ଲୋକ ପସନ୍ଦ କରିଥାନ୍ତି।

Related Articles

Back to top button