ଜାତୀୟମନୋରଞ୍ଜନ

ଅମିତାଭ ବଚ୍ଚନଙ୍କୁ ବୋମା ଧମକ

ସଲମାନ , ଟାଇଗରଙ୍କ ପରେ ଭୟରେ ଅମିତାଭ ବଚ୍ଚନ । ବଲିଉଡ୍ ଅଭିନେତା ବିଗ୍‌ ବି’ ଅମିତାଭ ବଚ୍ଚନଙ୍କୁ ମିଳିଛି ବୋମା ଧମକ । ମୁମ୍ବାଇସ୍ଥିତ ତାଙ୍କ ବାସଭବନ ‘ଜଲସା’କୁ ବୋମାରେ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ୍‌ ମିଳିଥିବା ପୋଲିସ ସୂଚନା ଦେଇଛି।

ପୋଲିସର ସୂଚନା ଅନୁସାରେ, ଏହି ଧମକପୂର୍ଣ୍ଣ ଇ-ମେଲ୍‌ କେବଳ ଅମିତାଭଙ୍କ ଘରକୁ ନୁହେଁ, ବମ୍ବେ ହାଇକୋର୍ଟ ଏବଂ ମହାଲକ୍ଷ୍ମୀ ରେସକୋର୍ସକୁ ମଧ୍ୟ ପଠାଯାଇଥିଲା। ଏହି ସମସ୍ତ ସ୍ଥାନରେ ପୋଲିସ ଯାଞ୍ଚ କରିଥିଲେ ମଧ୍ୟ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ। ଧମକପୂର୍ଣ୍ଣ ଇ-ମେଲ୍‌ଟି କେଉଁଠାରୁ ଆସିଛି, କିଏ ପଠାଇଛି ଏବଂ ଏହା ପଛରେ କାହାର ହାତ ରହିଛି, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ପୂର୍ବରୁ ମଧ୍ୟ ଅମିତାଭ ବଚ୍ଚନଙ୍କୁ ଏଭଳି ଧମକପୂର୍ଣ୍ଣ ଇ-ମେଲ୍‌ ମିଳିଥିଲା। ପୂର୍ବରୁ ଆସିଥିବା ଇ-ମେଲ୍‌ରେ ମୁମ୍ବାଇ ମେୟର ଋତୁ ତାୱଡେ ଏବଂ ଡେପୁଟି ମେୟର ସଞ୍ଜୟ ଘାଡ଼ିଙ୍କୁ ମଧ୍ୟ ମେଲ୍‌ରେ ଟ୍ୟାଗ୍‌ କରାଯାଇଥିଲା। ଆଉ ଏବେ ପୁଣି ଥରେ ବୋମା ଧମକ ମିଳିଥିବା ବେଳେ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି।

Related Articles

Back to top button