
ଭୁବନେଶ୍ୱର, ଡାକ ବିଭାଗର ମେଲ୍ ମୋଟର୍ ସର୍ଭିସ୍ ଚେନ୍ନାଇ ପକ୍ଷରୁ, ତାମିଲନାଡୁ ସର୍କଲରେ ଡ୍ରାଇଭର୍ ପଦବୀଗୁଡ଼ିକ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଜରିଆରେ ମୋଟ ୨୪ଟି ‘ଷ୍ଟାଫ୍ କାର୍ ଡ୍ରାଇଭର୍’ ପଦବୀ ପୂରଣ କରାଯିବ। ଦଶମ ପାସ୍ କରିଥିଲେ କରିପାରିବେ, ଆବେଦନ ।ପ୍ରାର୍ଥୀଙ୍କ ପାଖରେ LMV ଏବଂ HMV ର ବୈଧ ଲାଇସେନ୍ସ ରହିବା ସହିତ, ହାଲୁକା ଏବଂ ଭାରୀ ମୋଟର୍ ଯାନ ଚଳାଇବାର, ୩ ବର୍ଷର ଅଭିଜ୍ଞତା ଥିବା ଜରୁରୀ। ଏହାବ୍ୟତୀତ ଗାଡ଼ିର ଛୋଟମୋଟ ତ୍ରୁଟି ଚିହ୍ନଟ କରି ସଜାଡ଼ିବାର, ଜ୍ଞାନ ମଧ୍ୟ ଥିବା ଆବଶ୍ୟକ। ନଭେମ୍ବର ୩୦ ତାରିଖ ସୁଦ୍ଧା ଜେନେରାଲ୍ ଏବଂ EWS ବର୍ଗର ପ୍ରାର୍ଥୀଙ୍କ ପାଇଁ, ବୟସ ସୀମା ୧୮ ରୁ ୨୭ ବର୍ଷ ମଧ୍ୟରେ, ରହିବା ଆବଶ୍ୟକ। SC ଏବଂ ST ପ୍ରାର୍ଥୀଙ୍କୁ ଉପର ବୟସ ସୀମାରେ ୫ ବର୍ଷର ଏବଂ OBC ପ୍ରାର୍ଥୀଙ୍କୁ ୩ ବର୍ଷର କୋହଳ ପ୍ରଦାନ କରାଯିବ। ଚୟନିତ ପ୍ରାର୍ଥୀମାନଙ୍କୁ ୭ମ କେନ୍ଦ୍ରୀୟ ବେତନ ଆୟୋଗର (7th CPC) ପେ’ ମ୍ୟାଟ୍ରିକ୍ସର ଲେଭେଲ୍-୨ ଅନୁଯାୟୀ ମାସିକ ୧୯,୯୦୦ ଟଙ୍କାରୁ ୬୩,୨୦୦ ଟଙ୍କା ପର୍ଯ୍ୟନ୍ତ ବେତନ ଏବଂ ସରକାରୀ ନିୟମ ଅନୁଯାୟୀ ,ଅନ୍ୟାନ୍ୟ ଭତ୍ତା ପ୍ରଦାନ କରାଯିବ।




