Breaking Newsଓଡ଼ିଶା

ରାଜ୍ୟପାଳ ହେଲେ ବ୍ରଜ ମୋହନ ରାମ

ବଦଳିଲେ ରାଜ୍ୟପାଳ । ଡକ୍ଟର କମ୍ଭମପତି ହରି ବାବୁଙ୍କ ସ୍ଥାନ ନେଲେ ବ୍ରଜ ମୋହନ ରାମ । ତାଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ୧୨ ଅକ୍ଟୋବର ୨୦୨୬ରେ ଏହି ନିଯୁକ୍ତି ଘୋଷଣା କରାଯାଇଛି । ନୂଆ ରାଜ୍ୟପାଳଙ୍କ ନିଯୁକ୍ତି ପରେ ଓଡ଼ିଶାର ରାଜଭବନରେ ନୂଆ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି ।ବ୍ରଜ ମୋହନ ରାମ ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା । ତାଙ୍କର ଦୀର୍ଘ ରାଜନୈତିକ ଅଭିଜ୍ଞତା ରହିଛି। ସେ ଝାଡ଼ଖଣ୍ଡର ପଲାମୁ ଅଞ୍ଚଳର ନେତା ଭାବେ ପରିଚିତ। ୧ ଜାନୁଆରୀ ୧୯୫୮ରେ ଝାଡ଼ଖଣ୍ଡର ପଲାମୁ ଜିଲ୍ଲା ଅନ୍ତର୍ଗତ ଚନ୍ଦୱାରେ ତାଙ୍କର ଜନ୍ମ ହୋଇଥିଲା । ରାଜନୀତିରେ ସେ ବିଭିନ୍ନ ଦାୟିତ୍ୱ ତୁଲାଇବା ସହ ସଂଗଠନକୁ ମଜବୁତ କରିବାରେ ମଧ୍ୟ କାମ କରିଛନ୍ତି ।

୧୯୯୧ରୁ ୧୯୯୫ ମଧ୍ୟରେ ସେ ଅବିଭକ୍ତ ବିହାର ବିଧାନସଭାର ସଦସ୍ୟ ଥିଲେ। ପରେ ୧୯୯୬ରୁ ୨୦୦୪ ମଧ୍ୟରେ ସେ ପଲାମୁ ଲୋକସଭା ଆସନରୁ ତିନିଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସାଂସଦ ଭାବେ କାର୍ଯ୍ୟ କରିବା ସମୟରେ ସେ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଲୋକଙ୍କ ପ୍ରସଙ୍ଗ ଉଠାଇବାର ସୁଯୋଗ ପାଇଥିଲେ । ବିଜେପି ସଂଗଠନରେ ମଧ୍ୟ ତାଙ୍କର ଅଭିଜ୍ଞତା ରହିଛି । ସେ ଝାଡ଼ଖଣ୍ଡ ବିଜେପିର ଉପସଭାପତି ଭାବେ କାର୍ଯ୍ୟ କରିବା ସହ ଦଳର ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ଦାୟିତ୍ୱ ମଧ୍ୟ ତୁଲାଇଥିବା ସୂଚନା ରହିଛି ।

 

Related Articles

Back to top button