Breaking Newsଓଡ଼ିଶା

ପାର୍ବଣ ପୂର୍ବରୁ BMCର ଆକ୍ସନ୍! ହୋଟେଲ୍‌ ଓ ରେଷ୍ଟୁରାଣ୍ଟରେ ଚଢ଼ାଉ, ନଷ୍ଟ ହେଲା ବାସି ଖାଦ୍ୟ

ପାର୍ବଣ ଆସିଲେ ହୋଟେଲ୍‌ ଓ ରେଷ୍ଟୁରାଣ୍ଟରେ ବଢ଼େ ଗ୍ରାହକଙ୍କ ଭିଡ଼। ଆଉ ଏହି ସମୟରେ ଯେପରି ଲୋକଙ୍କ ସ୍ୱାସ୍ଥ୍ୟ ସହ କୌଣସି ସାଲିସ୍‌ ନ ହୁଏ, ସେଥିପାଇଁ ତତ୍ପର ହୋଇଛି ଭୁବନେଶ୍ୱର ମହାନଗର ନିଗମ ଓ ଖାଦ୍ୟ ସୁରକ୍ଷା ବିଭାଗ।ରାଜଧାନୀର ପଟିଆ ଅଞ୍ଚଳରେ ବିଭିନ୍ନ ଖାଦ୍ୟ ପ୍ରତିଷ୍ଠାନରେ ଚାଲିଛି ଯାଞ୍ଚ ଅଭିଯାନ। ଖାଦ୍ୟ କେତେ ସୁରକ୍ଷିତ, ଏହାର ଗୁଣବତ୍ତା କିପରି ରହିଛି ଏବଂ ଖାଦ୍ୟ ପ୍ରସ୍ତୁତିରେ ସ୍ୱଚ୍ଛତା ରକ୍ଷା କରାଯାଉଛି କି ନାହିଁ, ସେସବୁ ଦିଗକୁ ଗୁରୁତ୍ୱ ଦେଉଛି ଯାଞ୍ଚକାରୀ ଟିମ୍‌।

ଯାଞ୍ଚ ସମୟରେ ବାସି ଓ ଖାଇବା ଅନୁପଯୋଗୀ ଖାଦ୍ୟ ଉପରେ ରହିଛି ବିଭାଗର କଡ଼ା ନଜର। ଏଭଳି ଖାଦ୍ୟକୁ ନଷ୍ଟ କରାଯାଉଛି, ଯାହାଦ୍ୱାରା ଗ୍ରାହକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦକୁ ଏଡ଼ାଇ ଦିଆଯାଇପାରିବ।ପାର୍ବଣରେ ଖାଦ୍ୟର ଚାହିଦା ବଢ଼ୁଥିବାରୁ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ ମାଲିକମାନେ ଖାଦ୍ୟର ମାନ ଓ ସ୍ୱଚ୍ଛତା ପ୍ରତି ସତର୍କ ରହିବା ଜରୁରୀ। ନିୟମ ଉଲ୍ଲଂଘନ ଯେପରି ନ ହୁଏ, ସେଥିପାଇଁ ଯାଞ୍ଚ ପ୍ରକ୍ରିୟାକୁ ମଧ୍ୟ କଡ଼ାକଡ଼ି କରାଯାଉଛି।

ତେବେ ପାର୍ବଣ ସମୟରେ ଲୋକଙ୍କୁ ନିରାପଦ ଓ ଗୁଣାତ୍ମକ ଖାଦ୍ୟ ଯୋଗାଇଦେବା ହିଁ ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। BMC ଓ ଖାଦ୍ୟ ସୁରକ୍ଷା ବିଭାଗର ଏହି ତତ୍ପରତା ଜାରି ରହିଲେ, ଖାଦ୍ୟର ମାନକୁ ନେଇ ଅବହେଳା କରୁଥିବା ପ୍ରତିଷ୍ଠାନଗୁଡ଼ିକ ଉପରେ ଲଗାମ ଲାଗିପାରିବ।ପାର୍ବଣରେ ଖାଦ୍ୟର ସ୍ୱାଦ ସହ ସ୍ୱାସ୍ଥ୍ୟର ସୁରକ୍ଷା ମଧ୍ୟ ଜରୁରୀ। ତେଣୁ ଖାଦ୍ୟ ଖାଇବା ପୂର୍ବରୁ ସତର୍କ ରୁହନ୍ତୁ, ସ୍ୱଚ୍ଛତାକୁ ଗୁରୁତ୍ୱ ଦିଅନ୍ତୁ।

Related Articles

Back to top button