ଓଡ଼ିଶା

ଘର ଭାଙ୍ଗିଯାଇଥିବା ପରିବାରକୁ ମିଳିବ ତୁରନ୍ତ ସହାୟତା

ଭାଙ୍ଗିଯାଇଥିବା ଘରକୁ ମିଳିବ ତୁରନ୍ତ ସହାୟତା । ଅନ୍ତୋଦୟ ଯୋଜନାରେ ସାମିଲ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ସୂଚନା ଦେଇଛନ୍ତି | ହଁ ଆଂଜ୍ଞା ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଘରଦ୍ୱାର ଭାଙ୍ଗିବା ସହ ଜନଜୀବନ ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ୯୧ଟି ଘର କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟରୁ ଜଣା ପଡିଛି । ଆଉ ବାସହୀନ ପଡିଛନ୍ତି ଏହି ପରିବାର ଲୋକେ । ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇ ଖୁବଶୀଘ୍ର ତୁରନ୍ତ ସହାୟତା ଯୋଗାଇ ଦିଆଯିବ ।

ଅନ୍ୟପଟେ ଖୋର୍ଦ୍ଧା ବୋଲଗଡ଼ ଅଞ୍ଚଳରେ ମଧ୍ୟ ବର୍ଷା ଯୋଗୁଁ ଘରର କାନ୍ଥ ଭାଙ୍ଗିପଡ଼ିଥିବା ସୂଚନା ମିଳିଛି । ଏଭଳି ସ୍ଥିତିରେ ସରକାରୀ ସହାୟତା ଓ କ୍ଷୟକ୍ଷତିର ତ୍ୱରିତ ଆକଳନକୁ ନେଇ ଗୁରୁତ୍ୱ ଦିଆଯାଉଛି । ଚଳିତ ବର୍ଷ ବନ୍ୟା ଓ ଅତିବର୍ଷାରେ ରାଜ୍ୟର ୨୬ ଜିଲ୍ଲାର ୩୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଏବଂ ୧୮,୦୬୭ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବିଧାନସଭାରେ ତଥ୍ୟ ଦିଆଯାଇଛି । ଏବେ ପ୍ରଶ୍ନ ହେଉଛି, କ୍ଷତିଗ୍ରସ୍ତ ପରିବାରଙ୍କ ପାଖରେ ସରକାରୀ ସହାୟତା କେତେ ଶୀଘ୍ର ପହଞ୍ଚୁଛି । ମନ୍ତ୍ରୀଙ୍କ ଘୋଷଣା ପରେ ପ୍ରଶାସନିକ ସ୍ତରରେ କ୍ଷୟକ୍ଷତି ଆକଳନ ଓ ସହାୟତା ପ୍ରଦାନ ପ୍ରକ୍ରିୟା ଉପରେ ଏବେ ନଜର ରହିଛି ।

Related Articles

Back to top button