ଓଡ଼ିଶାରାଜନୀତି

ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବି । ଓଡ଼ିଶାରେ କଂଗ୍ରେସର ବିଶାଳ ପ୍ରତିବାଦ

ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବହିଷ୍କାର ଦାବିରେ କଂଗ୍ରେସ ପକ୍ଷରୁ ବିଶାଳ ରାଲି ଓ ଘେରାଉ କରାଯାଇଛି। ପିସିସି ସଭାପତି ଭକ୍ତ ଚରଣ ଦାସ ଅଭିଯୋଗ କରିଛନ୍ତି ଯେ, ଭୋଟର ତାଲିକା ଓ SIR ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗର ଭୂମିକା ଉପରେ ଗୁରୁତର ପ୍ରଶ୍ନ ଉଠିଛି। ରାହୁଲ ଗାନ୍ଧିଙ୍କ ‘ଭୋଟ୍ ଚୋରି’ ଅଭିଯୋଗ ସତ ପ୍ରମାଣିତ ହୋଇଥିବା ମଧ୍ୟ ସେ ଦାବି କରିଛନ୍ତି।

ରାଲିକୁ ରୋକିବା ପାଇଁ ବ୍ୟାପକ ପୋଲିସ ମୁତୟନ ସହ ବ୍ୟାରିକେଡ୍ କରାଯାଇଥିଲା। ପରେ ଭକ୍ତ ଚରଣ ଦାସଙ୍କ ସମେତ କଂଗ୍ରେସର ଅନେକ ନେତା ଓ କର୍ମୀଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ଏହାପରେ ଲୋଅର ପିଏମଜିରେ କଂଗ୍ରେସ ପକ୍ଷରୁ ଗଣଧାରଣା ଆରମ୍ଭ ହୋଇଛି। ଜ୍ଞାନେଶ କୁମାରଙ୍କୁ ପଦରୁ ହଟାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କଂଗ୍ରେସ ଘୋଷଣା କରିଛି।ତେବେ କଂଗ୍ରେସର ଏହି ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ଓ ବିଜେପି ପକ୍ଷରୁ ଭିନ୍ନ ମତ ରହିଛି।

ଗତ ୧୦ ମାସ ମଧ୍ୟରେ ଦୁଇ ନିର୍ବାଚନ ଆୟୁକ୍ତ ସୁଖବୀର ସାନ୍ଧୁ ଓ ବିବେକ ଯୋଶୀ ୧୪ ଥର ଆୟୋଗର ବିଭିନ୍ନ ନିଷ୍ପତ୍ତିରେ ଆପତ୍ତି ଉଠାଇଥିଲେ ମଧ୍ୟ ଅଗଣତାନ୍ତ୍ରିକ ପ୍ରକ୍ରିୟାରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ସେମାନଙ୍କୁ ଆଡ଼େଇଯାଇ ନିଜ ଇଚ୍ଛା ଅନୁସାରେ ନିଷ୍ପତ୍ତି ନେଇଚାଲିଛନ୍ତି ବୋଲି ସ୍ପଷ୍ଟ ହୋଇଛି। ନିର୍ବାଚନ କମିଶନଙ୍କ ଦୁଇଜଣ ସଦସ୍ୟ ଏହାର ମୁଖ୍ୟଙ୍କ ବିରୋଧରେ ଏପରି ସଂଗୀନ ଅଭିଯୋଗ ଆଣିବା ପୂରା ବ୍ୟବସ୍ଥା କଳୁଷିତ ହୋଇଥିବା ପ୍ରମାଣ କରୁଛି। ଏଭଳି ବି ଦିନ ଅଛି, ଦିନକ ମଧ୍ୟରେ ଚାରିଚାରି ଥର ସାନ୍ଧୁ ଓ ଯୋଶୀ ଆାୟୋଗର କେତୋଟି କଥାକୁ ନେଇ ଆପତ୍ତି ଉଠାଇଛନ୍ତି। ତାକୁ କିନ୍ତୁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଅଣଦେଖା କରି ଏକତରଫା ନିର୍ଦ୍ଦେଶନାମା ପ୍ରକାଶ କରିଛନ୍ତି ବୋଲି କଂଗ୍ରେସ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି |

Related Articles

Back to top button