Breaking Newsଓଡ଼ିଶାରାଜନୀତି

ଦୀପାବଳି ପାଳନ କରିବେନି ନବୀନ

ଦୀପାବଳି ପାଳନ କରିବେନି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବନ୍ୟା ଦୁର୍ଗତ ଗଞ୍ଜାମ ଗଜପତି ଓ କନ୍ଧମାଳର ଲୋକ ମାନଙ୍କ ପ୍ରତି ସମବେଦନା ଜଣାଇ ଦୀପାବଳୀ ପାଳନ କରିବେ ନାହିଁ ବୋଲି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି ।

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଅର୍ଣ୍ଣବ ବାତ୍ୟା ଜନିତ ବନ୍ୟା ଯୋଗୁଁ ଗଞ୍ଜାମ ଓ ଗଜପତି ରେ ନାହିଁ ନ ଥିବା କ୍ଷତି ହୋଇଛି । ଲୋକମାନେ ଅକଥନୀୟ ଦୁଃଖରେ ଅଛନ୍ତି । କନ୍ଧମାଳରେ ଭୁସ୍ଖଳନ ଯୋଗୁଁ ମାଟି ତଳେ ଚାପି ହୋଇଥିବା ନିଖୋଜ ସବୁ ଲୋକଙ୍କୁ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ । ତେଣୁ ଲୋକଙ୍କ ଏ ଦୁଃଖ ସମୟ ରେ ଦୀପାବଳୀ ପାଳନ କରିବେ ନାହିଁ । ସୂଚନା ଯୋଗ୍ୟ ଯେ ବିରୋଧୀ ଦଳ ନେତା ନବୀନ ଏବେ ଗଞ୍ଜାମର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖୁଛନ୍ତି ।

 

Related Articles

Back to top button