ଓଡ଼ିଶାପାଣିପାଗରାଜନୀତି

ବଢିବ ସ୍କୁଲ ଛୁଟି! Extra class ଜରିଆରେ ଭରଣା ହେବ ପାଠ

ରାଜ୍ୟରେ ପ୍ରବଳ କାଚୁଛି ବର୍ଷା | ଆହୁରି 2 ଦିନ ଛେଚିବ ବୋଲି ସତର୍କ କରାଇଛି ପାଣିପାଗ ବିଭାଗ | ରାଜ୍ୟରେ ପ୍ରବଳ ବର୍ଷା ପାଇଁ ସ୍କୁଲକୁ ଛୁଟି କରିଥିଲେ ଜିଲ୍ଲାପାଳ। ଆହୁରି ଦିନେ କି ଦୁଇଦିନ ସ୍କୁଲ ଛୁଟି ବଢ଼ିପାରେ। ବାରମ୍ବାର ଅତ୍ୟଧିକ ବର୍ଷା ପାଇଁ ସ୍କୁଲ ବନ୍ଦ ରହୁଛି। ଫଳରେ ଶିକ୍ଷା ବର୍ଷ ପ୍ରଭାବିତ ହେବା ସହ ପିଲାଙ୍କ ପାଠ ପଢା ମଧ୍ୟ ପ୍ରଭାବିତ ହୋଇଛି। ଆବଶ୍ୟକ ପଡିଲେ Extra Class କରି ପିଲାଙ୍କ କ୍ଷତି ହୋଇଥିବା ପାଠକୁ ଭରଣା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।

ଦକ୍ଷିଣ ଓଡିଶା ବର୍ଷା ଯୋଗୁ ଅଧିକ ପ୍ରଭାବିତ ହୋଇଛି। ମାଲାକାନଗିରିର ୪ଟି ବ୍ରିଜ୍ ଉପରେ ପାଣି ଚାଲିଛି। ସେଥିପାଇଁ ଏନଏଚ ଗୁଡିକୁ ବନ୍ଦ କରାଯାଇଛି। ନାମକୋଣ୍ଡା ଗାଁରେ ପାଣି ପଶିବାରୁ ଲୋକଙ୍କୁ ଉଦ୍ଧାର କରାଯାଉଛି। ବିଶେଷ କ୍ଷୟକ୍ଷତି ହୋଇନାହିଁ। କୋରାପୁଟ, ନବରଙ୍ଗପୁରରେ ବିଶେଷ ପ୍ରଭାବିତ ହୋଇନି। ପଞ୍ଚାୟତିରାଜ ମନ୍ତ୍ରୀ ମାଲାକନଗିରି ଗସ୍ତ କରିଥିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

Related Articles

Back to top button