Uncategorized

TMC କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭାର ପୂର୍ବତନ ଉପବାଚସ୍ପତି ତଥା ପୂର୍ବତନ TMC ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତଦେହ ଦଳୀୟ କାର୍ଯ୍ୟାଳୟରୁ ଉଦ୍ଧାର କରାଯାଇଛି। ରବିବାର ସକାଳେ ବୀରଭୂମ ଜିଲ୍ଲା ରାମପୁରହାଟସ୍ଥିତ ତାଙ୍କ ବାସଭବନ ନିକଟରେ ଥିବା ଟିଏମସି (ତୃଣମୂଳ କଂଗ୍ରେସ) କାର୍ଯ୍ୟାଳୟରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ଘଟଣାସ୍ଥଳରୁ ପୋଲିସ ଏକ ନୋଟ୍ ମଧ୍ୟ ଜବତ କରିଛି। ସୂଚନା ଅନୁସାରେ, ଶୋଇବାକୁ ଯିବା ପୂର୍ବରୁ ଆଶିଷ ମଧ୍ୟରାତ୍ରି ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ରବିବାର ସକାଳେ କାର୍ଯ୍ୟାଳୟର କବାଟ ଭିତରୁ ବନ୍ଦ ଥିବା ଦେଖି ଜଣେ ପଡ଼ୋଶୀ କବାଟ ବାଡ଼େଇଥିଲେ। ମାତ୍ର କୌଣସି ପ୍ରତିକ୍ରିୟା ନ ମିଳିବାରୁ ଝରକା ଫାଙ୍କ ଦେଇ ଦେଖିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା। ଖବର ପାଇ ରାମପୁରହାଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ

Related Articles

Back to top button