ଓଡ଼ିଶାକ୍ରୀଡ଼ା

“କୋହଲି ଅହଂକାରୀ ” ସବୁଠାରୁ ବଡ଼ ରହସ୍ୟ ଖୋଲିଗଲା ।

ଆଇପିଏଲରେ ଅନେକ ଖେଳାଳି ଅଛନ୍ତି ଯାହାଙ୍କ ବନ୍ଧୁତା ବହୁତ ଲୋକପ୍ରିୟ ହୋଇଛି । ସବୁଠୁ ଚର୍ଚ୍ଚାରେ ବିରାଟ କୋହଲି ଏବଂ ଏବି ଡିଭିଲିୟର୍ସଙ୍କ ସମ୍ପର୍କ । ଉଭୟ ଖେଳାଳି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଅନେକ ମ୍ୟାଚ ବିଜୟର ଇନିଂସ ଖେଳିଛନ୍ତି । ହେଲେ ବିରାଟଙ୍କ ବିଷୟରେ ବଡ଼ ବୟାନ ଦେଇଛନ୍ତି ଡିଭିଲିୟର୍ସ । ସେ ବିରାଟ କୋହଲିଙ୍କୁ ଗର୍ବୀ ଏବଂ ଅହଙ୍କାରୀ ବୋଲି କହିଥିଲେ ।

ହଁ ଦର୍ଶକବନ୍ଧୁ ଯେତେବେବେଳ ଡିଭିଲିୟର୍ସ ପ୍ରଥମ ଥର ପାଇଁ ବିରାଟ କୋହଲିଙ୍କୁ ଦେଖିଥିଲେ ସେ ଗର୍ବୀ , ଅହଂକାରୀ ବୋଲି ଭାବିଥିଲେ । ଏକ ପୋଡ଼କାଷ୍ଟ ସମୟରେ ତାଙ୍କର ପ୍ରତମ ମତାମତ ବିଷୟରେ ପଚରାଯିବାରୁ ଡିଭିଲିୟର୍ସ , ହସି ହସି ସ୍ୱୀକାର କରିଥିଲେ । ସେ ଏହା ଏକ ମଜାଦାର ଉପାୟରେ କହିଥିଲେ । ସେ କହିଛନ୍ତି ଯେ ୧୯, ୨୦ କିମ୍ବା ୨୧ ବର୍ଷ ବୟସରେ ବିରାଟ ଆତମ ବିଶ୍ୱାସରେ ପରିପୂର୍ଣ୍ଣ ଥିଲେ । ବିରାଟ କୋହଲିଙ୍କ ପ୍ରତି ଏହି ଆତ୍ମବିଶ୍ୱାସକୁ ଲୋକମାନେ ପ୍ରାୟତଃ ଭୁଲ ବୁଝନ୍ତି। ଡିଭିଲିୟର୍ସଙ୍କ ମତରେ, ସେହି ବୟସରେ ଶୀର୍ଷ ସ୍ତରରେ ସଫଳତା ହାସଲ କରିବା ପାଇଁ ଏପରି ଆତ୍ମବିଶ୍ୱାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଏବି ଡିଭିଲିୟର୍ସ ଏହା ମଧ୍ୟ ବ୍ୟାଖ୍ୟା କରିଥିଲେ ଯେ ବିରାଟ କୋହଲି ବୟସ ବୃଦ୍ଧି ପାଇବା ସହିତ ଏବଂ ଜଣେ ଖେଳାଳି ଏବଂ ବ୍ୟକ୍ତି ଭାବରେ ପରିପକ୍ୱ ହେବା ସହିତ, ତାଙ୍କର ସ୍ୱଭାବରେ ଯଥେଷ୍ଟ ପରିବର୍ତ୍ତନ ଆସିଥିଲା। ପ୍ରାରମ୍ଭିକ ଦିନରେ, ବିରାଟଙ୍କୁ ପ୍ରମାଣ କରିବାକୁ ବହୁତ କିଛି ଥିଲା, ଯାହା ଫଳରେ ତାଙ୍କର ମନୋଭାବ ଟିକେ ଆକ୍ରମଣାତ୍ମକ ଏବଂ ଅତ୍ୟଧିକ ଆତ୍ମବିଶ୍ୱାସୀ ହୋଇଯାଇଥିଲା।

Related Articles

Back to top button