ଶାରଦୀୟ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଲେ ମନମୋହନ ସାମଲ

ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ । ମା’ ମହିଷାସୁରମର୍ଦ୍ଦିନୀ ଦୁର୍ଗାଙ୍କ ଅଶେଷ କୃପା ଓ ଆଶୀର୍ବାଦ ସମସ୍ତଙ୍କୁ ପ୍ରାପ୍ତ ହେଉ ଏହି କାମନା ସହ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।ଏହି ପର୍ବ ଅଧର୍ମ ଉପରେ ଧର୍ମ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ । ଏହି ମହାନ ପର୍ବ ଆମ ସମସ୍ତଙ୍କ ଜୀବନକୁ ଆଲୋକିତ ଓ ଆନନ୍ଦମୟ କରିଛି ।
ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନରେ ରାଜ୍ୟର ପ୍ରତିଟି କୋଣଅନୁକୋଣରେ ଆଧ୍ୟାତ୍ମିକ ପରିବେଶ ଏବଂ ଉତ୍ସବର ମାହୋଲ ସୃଷ୍ଟି ହୋଇଛି ଏବଂ ରାଜ୍ୟର ସମସ୍ତ ଗ୍ରାମାଂଚଳ ଓ ସହରାଂଚଳରେ ଏହି ପର୍ବ ବେଶ୍ ଉତ୍ସାହ ଓ ଉଦ୍ଦୀପନା ସହ ପାଳନ କରାଯାଉଛି । ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଏବଂ ସୁସ୍ଥତା ଭରିଯାଉ । ମା’ଙ୍କ ଅସୀମ କୃପାରୁ ଆମ ଓଡ଼ିଶା ପ୍ରଗତି ଓ ବିକାଶର ନୂତନ ଶିଖର ଛୁଇଁବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ମା’ ଦୁର୍ଗାଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।




