
ଭୁବନେଶ୍ୱର ,ବାଲିଯାତ୍ରାରେ ବିକୁଥିଲେ ଅପମିଶ୍ରିତ, ବାସି ଖାଦ୍ୟ ମାଡିଆସିଲା କେଏମସି । ଆଜି ସକାଳୁ K M C ସ୍ୱାସ୍ଥ୍ୟ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ଅଧିକାରୀ ବାଲିଯାତ୍ରାର ବିଭିନ୍ନ ଫୁଡ୍ ଷ୍ଟଲ୍ ଉପରେ, ଚଢାଉ କରିଛନ୍ତି ।କଟକ ବାଲିଯାତ୍ରାରେ ଦୁଇ ତିନି ଦିନ ତଳର ମଟନ୍, ଚିକେନ୍ ତରକାରୀ ବିକୁଛନ୍ତି ବ୍ୟବସାୟୀ । ବିପୁଳ ପରିମାଣରେ, ବାସି ଖାଦ୍ୟ ଜବତ କରି ନଷ୍ଟ କରିଛି, କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ । ଜାତୀୟ ପଲ୍ଲିଶ୍ରୀ ମେଳା ଭିତରୁ ମଧ୍ୟ, ବାସି ଖାଦ୍ୟ ଜବତ ହୋଇଛି । ବୁଲାବୁଲି ସାଙ୍ଗକୁ ବାଲିଯାତ୍ରାର ମୁଖ୍ୟ ଆକର୍ଷଣ,ଏହାର ଚଟପଟା ଖାଦ୍ୟ । ହେଲେ ପାଟି ସୁଆଦ ଲାଗୁଥିବା ଏ ଖାଦ୍ୟ ଆପଣଙ୍କ ଦେହ ପାଇଁ ହୋଇପାରେ, ହାନିକାରକ।ବାଲିଯାତ୍ରାରେ ଖାଉଥିଲେ ସାବଧାନ ! ଖାଦ୍ୟ ବଦଳରେ ବିକୁଛନ୍ତି ରୋଗ ! କେଉଁଠି ପୁଳା ପୁଳା ପଚା ଚିକେନ୍ ତ କେଉଁଠି ବାସି ପନିର୍ ।ମଟନ୍, ଚିକେନ୍, ଚକୁଳି ପିଠା, ପନିର୍ ଷ୍ଟିକ୍, ପକୋଡା ସବୁ କିଛି ବାସି । ରେଡ୍ ବେଳେ ବିପୁଳ ପରିମାଣରେ ବାସି ଖାଦ୍ୟ ଜବତ କରି ନଷ୍ଟ କରିଛି କଟକ ମହାନଗର ନିଗମ ସ୍ୱାସ୍ଥ୍ୟ ବିଭାଗ । ଜାତୀୟ ପଲ୍ଲିଶ୍ରୀ ମେଳା ଭିତରୁ ମଧ୍ୟ ବାସି ଖାଦ୍ୟ ଜବତ ହୋଇଛି । ଅଧିକ ଲାଭ ଲୋଭରେ କିଛି ଅସାଧୁ ବ୍ୟବସାୟୀ ଲୋକଙ୍କୁ, ଦୂଷିତ ଖାଦ୍ୟ ବିକୁଛନ୍ତି । ଯଦି ଏମାନେ ନ ସୁଧୁରନ୍ତି ତାହେଲେ ସେମାନଙ୍କୁ ବ୍ୟାନ୍ କରାଯିବ ବୋଲି ଚେତାବନୀ ଦେଇଛନ୍ତି, ସ୍ବାସ୍ଥ୍ୟ ଅଧିକାରୀ ।



