Breaking News

କୁସ୍ତି ଯୋଦ୍ଧା ବ୍ରନସନ୍‌ ରିଡଙ୍କ ପରଲୋକ

କୁସ୍ତି ଜଗତରେ ଖେଳିଯାଇଛି ଶୋକର ଛାୟା । ଡବ୍ଲ୍ୟୁଡବ୍ଲ୍ୟୁଇ (WWE)ର ଲୋକପ୍ରିୟ କୁସ୍ତିଯୋଦ୍ଧା ବ୍ରନସନ୍‌ ରିଡଙ୍କ ମାତ୍ର ୩୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ବ୍ରନସନ୍‌ ରିଡ୍‌ଙ୍କ ପ୍ରକୃତ ନାମ ଜର୍ମେନ୍‌ ହେଲି । ନଭେମ୍ବର ୨୭ରେ ସ୍ୱାସ୍ଥ୍ୟଗତ ଜଟିଳତା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା WWE ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ବିୟୋଗରେ କୁସ୍ତି ଜଗତରେ ଶୋକର ଛାୟା ଖେଳିଯାଇଛି ।

ନଭେମ୍ବର ୭ରେ ସାଉଦି ଆରବରେ ଆୟୋଜିତ ‘କ୍ରାଉନ୍‌ ଜୁଏଲ୍‌’ ପ୍ରତିଯୋଗିତାରେ ଶେଷଥର ପାଇଁ ନଜର ଆସିଥିଲେ ବ୍ରନସନ୍‌ । ପ୍ରତିଯୋଗିତା ସମୟରେ ଏକ ଟେବୁଲ୍‌ ଉପରେ ପଡ଼ିଯିବାରୁ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କ ପଞ୍ଜରା ହାଡ଼ ଭାଙ୍ଗିଯିବା ସହ ବୃକ୍‌କରେ ମଧ୍ୟ ଆଘାତ ଲାଗିଥିବା ରିପୋର୍ଟ ପ୍ରକାଶ ପାଇଥିଲା । ଏହାପରେ ସାଉଦି ଆରବରେ ତାଙ୍କର ଚିକିତ୍ସା ଚାଲିଥିଲା । ନଭେମ୍ବର ୧୮ରେ ସେ ଘରକୁ ଫେରିଥିଲେ ।

ତେବେ ରିଙ୍ଗ୍‌ରେ ଲାଗିଥିବା ଆଘାତ ତାଙ୍କ ମୃତ୍ୟୁର କାରଣ କି ନୁହେଁ, ସେନେଇ WWE ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

Related Articles

Back to top button