
ଭୁବନେଶ୍ୱର, ଆଜି ଶପଥ ଗ୍ରହଣ କରିଛନ୍ତି, ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ। ଏହି ଶପଥ ଗ୍ରହଣ ସମାରୋହ, ରାଜ୍ୟର ସାମ୍ବିଧାନିକ ପରମ୍ପରା ଅନୁଯାୟୀ, ଆୟୋଜିତ ହୋଇଥିଲା।
ନବନିଯୁକ୍ତ ରାଜ୍ୟପାଳଙ୍କ ଶପଥ ଗ୍ରହଣ ସହ ରାଜ୍ୟରେ ତାଙ୍କର ନୂତନ ଦାୟିତ୍ୱ ଆରମ୍ଭ ହୋଇଛି।ଶପଥ ଗ୍ରହଣ ସମାରୋହରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପସ୍ଥିତ ଥିଲେ।।
ଗତ ସୋମବାର ରାଷ୍ଟ୍ରପତି ଭବନରୁ ବାହାରିଥିବା ବିଜ୍ଞପ୍ତି ଅନୁଯାୟୀ,ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଟି ରାଜ୍ୟର ରାଜ୍ୟପାଳଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି ।
କେରଳମ୍ର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ, ତାମିଲନାଡ଼ୁର ନୂଆ ରାଜ୍ୟପାଳ ଭାବେ, ନିଯୁକ୍ତି ଦିଆଯାଇଥିବା ବେଳେ ,ସିକିମ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁରଙ୍କୁ କେରଳମ୍ର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି ।




