ଜାପାନର ଆଇଚି-ନାଗୋୟାରେ ଏସୀୟ ପାରା କ୍ରୀଡ଼ା ପଞ୍ଚମ ସଂସ୍କରଣ

ଭୁବନେଶ୍ୱର, ଏସୀୟ ପାରା କ୍ରୀଡ଼ା ପଞ୍ଚମ ସଂସ୍କରଣ-୨୦୨୬, ଆଇଚି-ନାଗୋୟାରେ, ରବିବାର ଉଦ୍ଘାଟିତ ହେବ।ପାରା କ୍ରୀଡ଼ା ମହାକୁମ୍ଭରେ ୪୫ଟି ଏସୀୟ ମହାଦେଶର ,ପାରା କ୍ରୀଡ଼ାବିତ୍ ଭାଗ ନେଉଛନ୍ତି । ୧୮ଟି କ୍ରୀଡ଼ାରେ ୪୯୨ଟି କ୍ରୀଡ଼ା ବର୍ଗରେ, ପ୍ରତିଯୋଗିତା ଆୟୋଜିତ ହେଉଛି। ଅକ୍ଟୋବର ୨୪ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଉକ୍ତ ପ୍ରତିଯୋଗିତାରେ ଭାରତରୁ,୧୧୨ ପୁରୁଷ ଓ ୫୬ ମହିଳାଙ୍କ ସମେତ ମୋଟ୍ ୧୬୮ ପ୍ରତିଯୋଗୀ ୧୧ଟି କ୍ରୀଡ଼ା ଶୃଙ୍ଖଳାରେ, ଅଂଶଗ୍ରହଣ କରୁଛନ୍ତି। ଭାରତୀୟ ପ୍ରତିଯୋଗୀମାାନ ଆଥ୍ଲେଟିକ୍ସ, ତୀରନ୍ଦାଜ,ବ୍ୟାଡ଼ମିଣ୍ଟନ, ବୋସିଆ, ଫୁଟବଲ ୫-ଏ ସାଇଡ୍, ସାଇକ୍ଲିଂ, ଜୁଡୋ, ଶକ୍ତିଉତ୍ତୋଳନ, ସୁଟିଂ, ସନ୍ତରଣ ଓ ଟେବୁଲ ଟେନିସରେ, ଭାଗ ନେବେ। ପାୟଲ ନାଗ,ହରବୀନ୍ଦର ସିଂହ, ଭାୱନା ଚୌଧୁରୀ, ଦୌଡ଼କୁଦରେ ଅଜୟ କୁମାର, ପ୍ରଣବ ଦେଶାୟୀ, ମହମ୍ମଦ ବାସିଲ, ପ୍ରୀତି ପାଲ, ଜୟନ୍ତୀ ବେହେରା,ନିଶାଦ କୁମାର, ପ୍ରବୀଣ କୁମାର, ବ୍ୟାଡ଼ମିଣ୍ଟନରେ ପ୍ରମୋଦ ଭଗତ, ନୀତିଶ କୁମାର, ମାନ୍ସି ଯୋଶୀ, ସୁହାସ ୟାଥିରାଜ, ମନୀଷା ରାମଦାସ, ପ୍ରମୁଖଙ୍କ ଠାରୁ ଭାରତ, ସ୍ବର୍ଣ୍ଣ ପଦକ ଆଶା ରଖିଛି।




