
ଭୁବନେଶ୍ୱର ,ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ, ଗତ ଦୁଇଦିନ ଧରି ବାଲେଶ୍ବର ସମେତ, ଜଳକା ନଦୀର ଉପର ମୁଣ୍ତ ମୟୁରଭଞ୍ଜ ଜିଲ୍ଲାରେ, ପ୍ରବଳ ବର୍ଷା ଲାଗି ରହିଛି, ଜଳକା ନଦୀର ଉପର ମୁଣ୍ଡ ,ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର,ମୋରଡା,ଶୁଳିଆପଦା,ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ , ବୃଦ୍ଧି ପାଉଛି ନଦୀର ଜଳସ୍ତର।
ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି, ସୃଷ୍ଟି ହେବାର ଆଶଙ୍କା କରା ଯାଉଛି, ଯଦି ବନ୍ୟା ହୁଏ ତାହାଲେ ବସ୍ତା ବ୍ଲକର, ୫ ଏବଂ ସଦର ବ୍ଲକ ର ୨ଟି ପଞ୍ଚାୟତ ପ୍ରଭାବିତ ହେବା ସହ, ଚାଷଜମି କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି।
ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଠାରେ, ବିପଦ ସଙ୍କେତ 6.50 ମିଟର ରହିଥିବା ବେଳେ ସକାଳ ୧୧ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ, ୬.୬୦ମିଟରରେ ପ୍ରବାହିତ ହେଉଛି।




