Breaking Newsପାଣିପାଗ
୧୭ ତାରିଖ ଯାଏଁ ଛେଚିବ ବର୍ଷା !

ଆଉ ନିସ୍ତାର ନାହିଁ | ୪ ଦିନ କାଚିବ ବର୍ଷା | ଆସନ୍ତାକାଲିଠୁ ୧୭ ତାରିଖ ଯାଏଁ ୪ ଦିନ ପାଇଁ ବର୍ଷାର ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ନୟାଗଡ଼, ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିଭଳି ୧୫ ତାରିଖରେ ରାଜ୍ୟର ୮ଟି ଜିଲ୍ଲାକୁ ବର୍ଷା ଆଲର୍ଟ ଜାରି ହୋଇଛି।
୧୬ରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରିଥିବାରୁ ଏସୁବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିଭଳି ୧୭ ତାରିଖରେ ମଧ୍ୟ ୮ଟି ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏପଟେ ଓଡ଼ିଶାରେ ସକ୍ରିୟ ଥିବା ମୌସୁମୀ ବାୟୁ କିଛି ଜିଲ୍ଲାରୁ ଫେରିଯାଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ।




