ଐତିହ୍ୟ ଓ ସଂସ୍କୃତିଓଡ଼ିଶା
କିଏ ଉଡାଇଲା ଡ୍ରୋନ୍ ? ଖୋଳତାଡ଼ କରୁଛି ପୋଲିସ !

ଅସୁରକ୍ଷିତ ଶ୍ରୀମନ୍ଦିର । ବାରମ୍ବାର ଉଡୁଛି ଶ୍ରୀମନ୍ଦିର ଉପରେ ଡ୍ରୋନ୍ । ଆଜି ଭୋର୍ ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିଥିବା ଅଭିଯୋଗ ଆସିଛି । କିଏ ଏହି ଡ୍ରୋନ୍ ଉଡ଼ାଇଲା? ଏହା ପଛରେ କାହାର ଉଦ୍ଦେଶ୍ୟ ରହିଛି? ଶ୍ରୀମନ୍ଦିରର ଭିଡିଓ ଉତ୍ତୋଳନ କରାଯାଇଛି କି? ଏସବୁ ଦିଗରେ ତଦନ୍ତ ହେବା ଜରୁରୀ ।
ତେବେ କୁହାଯାଉଛି ଡ୍ରୋନ୍ ମାଧ୍ୟମରେ ଶ୍ରୀମନ୍ଦିରର ଭିଡିଓ ଉତ୍ତୋଳନ କରାଯାଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି ।ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସୁରକ୍ଷା ଦୃଷ୍ଟିରୁ ଏହି ଘଟଣାକୁ ଗୁରୁତ୍ୱର ସହ ନେବା ଆବଶ୍ୟକ । କାରଣ, ଶ୍ରୀମନ୍ଦିର ଏକ ସମ୍ବେଦନଶୀଳ ଧାର୍ମିକ ସ୍ଥଳ ହୋଇଥିବାରୁ ଏଠାରେ ଡ୍ରୋନ୍ ଉଡ଼ାଣ ଉପରେ କଟକଣା ରହିଛି । ଏହାସତ୍ତ୍ୱେ ବାରମ୍ବାର ଡ୍ରୋନ୍ ଉଡ଼ିବା ଘଟଣା ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।




