Breaking Newsଓଡ଼ିଶା
ଗୋଟିଏ ଶରୀର, ଦୁଇଟି ମୁଣ୍ଡ । ବ୍ରହ୍ମପୁର MKCG ମେଡିକାଲରେ ଜନ୍ମ

ବ୍ରହ୍ମପୁର ଏମକେସିଜି ମେଡିକାଲରେ ଆଶ୍ଚର୍ୟ୍ୟ। ଜନ୍ମ ନେଇଛି ଗୋଟିଏ ଶରୀରରେ ଦୁଇଟି ମୁଣ୍ଡ ଥିବା ଶିଶୁ । କନ୍ଧମାଳ ଜିଲ୍ଲାର ଜଣେ ମହିଳା ଏହି ଶିଶୁକୁ ଜନ୍ମ ଦେଇଛନ୍ତି। ଶିଶୁଟିର ଗୋଟିଏ ଶରୀର ଥିବା ବେଳେ ଦୁଇଟି ମୁଣ୍ଡ ରହିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ମେଡିକାଲରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁଯାୟୀ, ଶିଶୁଟି ଜନ୍ମ ହେବା ପରେ ତାକୁ ତୁରନ୍ତ ଡାକ୍ତରୀ ନିରୀକ୍ଷଣରେ ରଖାଯାଇଛି। ବର୍ତ୍ତମାନ ଶିଶୁଟିକୁ ହସ୍ପିଟାଲର SNCU (Special Newborn Care Unit)ରେ ରଖି ଚିକିତ୍ସା କରାଯାଉଛି।ଶିଶୁଟିର ଶାରୀରିକ ସ୍ଥିତି ଓ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଡାକ୍ତରୀ ଟିମ୍ ଅଧିକ ଅନୁଧ୍ୟାନ କରୁଛନ୍ତି। ଏଭଳି ଜନ୍ମଜାତ ଶାରୀରିକ ଅବସ୍ଥାର କାରଣ ଓ ଶିଶୁଟିର ଚିକିତ୍ସା ସମ୍ପର୍କରେ ଡାକ୍ତରମାନେ ଯାଞ୍ଚ କରୁଛନ୍ତି।
ତେବେ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି ଏବଂ ଆଗକୁ କେଉଁ ପ୍ରକାର ଚିକିତ୍ସା ଆବଶ୍ୟକ, ସେନେଇ ଡାକ୍ତରୀ ଟିମ୍ର ଅନୁଧ୍ୟାନ ପରେ ଅଧିକ ତଥ୍ୟ ଜଣାପଡ଼ିବ।




