ଅନ୍ତର୍ଜାତୀୟଐତିହ୍ୟ ଓ ସଂସ୍କୃତି

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ,ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା, କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଏହା ଭାରତର ସାଂସ୍କୃତିକ ବିବିଧତା, ଆଧ୍ୟାତ୍ମିକତା, ଶିଳ୍ପକଳା, ସଙ୍ଗୀତ, ନୃତ୍ୟ ଏବଂ ସାମୂହିକ ସହଭାଗିତାର ଏକ ଅତୁଳନୀୟ ପ୍ରତୀକ।ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସ୍ଥାନ ଦେବା ପାଇଁ, ଆବଶ୍ୟକ ସମସ୍ତ ନଥିପତ୍ର ଓ ଆବେଦନପତ୍ର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ, କେନ୍ଦ୍ର ସରକାରଙ୍କୁ ପଠାଯାଇଛି। ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ୟୁନେ‌ସ୍କୋ ‘ମାନବଜାତିର ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ’ ତାଲିକାରେ ସାମିଲ କରିବାକୁ ,କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶହଶହ ବର୍ଷ ଧରି ଏହି ମହାପର୍ବ ବିଶ୍ୱ ଭ୍ରାତୃତ୍ୱ, ସାମାଜିକ ସମାନତା ଓ ମାନବୀୟ ମୂଲ୍ୟବୋଧର ବାର୍ତ୍ତା, ଦେଇ ଆସୁଛି। ୟୁନେସ୍କୋ ତାଲିକାରେ ରଥଯାତ୍ରା ସାମିଲ ହେଲେ ବିଶ୍ୱ ଦରବାରରେ, ଭାରତୀୟ ସଂସ୍କୃତିର ମାନ୍ୟତା ଆହୁରି ବୃଦ୍ଧି ପାଇବ ଏବଂ ଆଗାମୀ ପିଢ଼ି ପାଇଁ, ଏହାର ସଂରକ୍ଷଣରେ, ସହାୟକ ହେବ। ଏପରିସ୍ଥଳେ ଆପଣ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ, ୟୁନେସ୍କୋ ତାଲିକାରେ, ସ୍ଥାନ ଦେବା ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ, କେନ୍ଦ୍ରମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

Related Articles

Back to top button