ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀ ରଥଖଳା ଏବେ ଚଳଚଞ୍ଚଳ।

ଭୁବନେଶ୍ୱର,ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ, ଆଗେଇ ଚାଲିଥିବା ବେଳେ, ଗତକାଲି ତିନି ରଥର ଆଉ ୩ ଗୋଟି ଚକ ନିର୍ମାଣ ଶେଷ ହୋଇଛି।
ଆଜି ସୁଦ୍ଧା ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର, ୩ ଗୋଟି ଲେଖାଏଁ ଚକ ତିଆରି ସରିଥିବା ବେଳେ, ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର, ୪ ଗୋଟି ଚକ ନିର୍ମାଣ ଶେଷ ହୋଇଛି।
ତିନି ରଥର ଗୋଟିଏ ଗୋଟିଏ ନାହାକା ଅଖର ଅନୁକୂଳ ପୂଜା ଶେଷ ହେବା ପରେ, ଅଖର ଉଭୟ ପାର୍ଶ୍ୱକୁ ଗୋଲେଇ କରିବା କାର୍ଯ୍ୟ ଜାରି ରହିଛି।
ସେପଟେ ତିନି ରଥର ମୋଟ ୪୨ ଗୋଟି ଚକ ମଧ୍ୟରୁ, ଆଜି ସୁଦ୍ଧା ୧୦ ଗୋଟି ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇ ସାରିଲାଣି।




