ଅନ୍ୟାନ୍ୟସ୍ୱାସ୍ଥ୍ୟ

ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା

ଭୁବନେଶ୍ୱର ,ଯକ୍ଷ୍ମା ରୋଗୀଙ୍କ ଶୀଘ୍ର ଆରୋଗ୍ୟ ପାଇଁ ଉତ୍ତମ ଖାଦ୍ୟ ଓ ପୋଷଣର ଆବଶ୍ୟକତାକୁ ଦୃଷ୍ଟିରେ ରଖି, ବେଦାନ୍ତ ପକ୍ଷରୁ ପ୍ରତିମାସରେ ପୌଷ୍ଟିକ ଆହାର କିଟ୍, ବଣ୍ଟନ କରାଯାଉଛି। ଏହି କିଟ୍‌ରେ ଡାଲି ଜାତୀୟ ଖାଦ୍ୟ, ଚାଉଳ, ପ୍ରୋଟିନ୍ ସପ୍ଲିମେଣ୍ଟ ଏବଂ ଅନ୍ୟାନ୍ୟ ଜରୁରୀ ପୋଷକ ତତ୍ତ୍ୱ ସାମିଲ ରହିଛି।ଦେଶରୁ ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ନିରାକରଣ ଲକ୍ଷ୍ୟରେ, ଆରମ୍ଭ ହୋଇଥିବା ‘ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ’କୁ ଆହୁରି ସଶକ୍ତ କରିବା ପାଇଁ ବେଦାନ୍ତ ଆଲୁମିନିୟମ୍ କୋଲ୍ ମାଇନ୍ସ ପକ୍ଷରୁ ମହତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। କମ୍ପାନୀ ପକ୍ଷରୁ ‘ନିକ୍ଷୟ ମିତ୍ର’  କାର୍ଯ୍ୟକ୍ରମ ଅଧୀନରେ ଖଣି ପ୍ରଭାବିତ ଓ ଆଖପାଖ ଗ୍ରାମାଞ୍ଚଳର ଯକ୍ଷ୍ମା ଆକ୍ରାନ୍ତଙ୍କୁ, ନିରନ୍ତର ପୋଷଣ ଏବଂ ସ୍ୱାସ୍ଥ୍ୟ ସହାୟତା ଯୋଗାଇ ଦିଆଯାଉଛି।

Related Articles

Back to top button