ୟୁନିସେଫ୍ ତରଫରୁ ଏକ ରିପୋର୍ଟ ପ୍ରକାଶ ପାଇଛି।

ଭୁବନେଶ୍ୱର ,ବର୍ଷକୁ ବର୍ଷ ବଢୁଥିବା ତାପମାତ୍ରା ଏବଂ ଗ୍ରୀଷ୍ମ ପ୍ରବାହ ଯୋଗୁଁଁ ପିଲାଙ୍କ ସ୍ୱାସ୍ଥ୍ୟ, ଏବଂ ସୁରକ୍ଷା ପାଇଁ ଏକ ବଡ଼ ବିପଦ ସୃଷ୍ଟି ହୋଇଛି। ୟୁନିସେଫ୍ ତଥ୍ୟ ଅନୁଯାୟୀ, ଅଧିକାଂଶ ପିଲା ଏହି ଅତ୍ୟନ୍ତ ଉତ୍ତପ୍ତ ପରିବେଶରେ ରହିବାକୁ ବାଧ୍ୟ ହେଉଛନ୍ତି। ଭାରତରେ, ୩୯ କୋଟିରୁ ଅଧିକ ପିଲା ମାତ୍ରାଧିକ ଗରମର ପ୍ରବାହ ସହୁଛନ୍ତି, ଯାହାକି ୧୮ ବର୍ଷ ମଧ୍ୟରେ ଦେଶର, ମୋଟ ପିଲା ସଂଖ୍ୟାର ୯୨%। ପ୍ରାୟ ୮୯ ନିୟୁତ ପିଲା ସିଧାସଳଖ ଭାବେ ଗ୍ରୀଷ୍ମ ଲହରୀ ଏବଂ ଅନ୍ୟାନ୍ୟ ଜଳବାୟୁ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ପିଲାଙ୍କୁ ଏହି ବିପଦରୁ ରକ୍ଷା କରିବା ପାଇଁ ଜଳବାୟୁ ପରିବର୍ତ୍ତନକୁ ନିୟନ୍ତ୍ରଣ କରିବା ଏବଂ ‘ହିଟ୍ ଆକ୍ସନ ପ୍ଲାନ୍’ର କାର୍ଯ୍ୟକାରିତାକୁ, ତ୍ବରାନ୍ବିତ କରିବା ଉପରେ ଗୁୁରୁତ୍ବ ପ୍ରଦାନ କରାଯାଇଛି। ୟୁନିସେଫ୍ର ବିପଦ ସମ୍ବେଦନଶୀଳତା ପ୍ରସଙ୍ଗରେ, ଭାରତକୁ ମୋଟ ୧୦ ପଏଣ୍ଟରୁ ୯.୨୧ ପଏଣ୍ଟ ମିଳିଛି। ଅନ୍ୟ ଅର୍ଥରେ କହିବାକୁ ଗଲେ ଭାରତୀୟ ଜଳବାୟୁ ପରିବର୍ତ୍ତନଜନିତ ବିଭିନ୍ନ ସମସ୍ୟାକୁ ନେଇ, ବହୁତ ସମସ୍ୟାରେ ଅଛନ୍ତି। ସେହିପରି ବାୟୁ ପ୍ରଦୂଷଣ ଜନିତ ସମସ୍ୟା ପିଲାମାନଙ୍କ ପାଇଁ, ଚିନ୍ତାର କାରଣ ପାଲଟିଛି। ରିପୋର୍ଟ ଅନୁଯାୟୀ ବିଶ୍ବର ୨.୩ ବିଲିୟନ୍ ପିଲା ପ୍ରଦୂଷିତ ବାୟୁମଣ୍ଡଳ ଥିବା ଅଞ୍ଚଳରେ ବାସ କରୁଛନ୍ତି।




