Uncategorized

ଇଣ୍ଡିଆ ଟୁଡେ ସର୍ଭେ: ଦେଶର ଦ୍ୱିତୀୟ ଶ୍ରେଷ୍ଠ ‘ଉନ୍ନତ ମେଡିକାଲ କଲେଜ’ ହେଲା ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର: ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଶିକ୍ଷା କ୍ଷେତ୍ରରେ ଓଡ଼ିଶା ପାଇଁ ବଡ଼ ଗୌରବ। ପ୍ରତିଷ୍ଠିତ ‘ଇଣ୍ଡିଆ ଟୁଡେ-ଏମଡିଆରଏ  ମେଡିକାଲ କଲେଜ ସର୍ଭେ ୨୦୨୬’ରେ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏମ୍ସ  ଭୁବନେଶ୍ବର ସମଗ୍ର ଦେଶରେ ୧୦ମ ଶ୍ରେଷ୍ଠ ମେଡିକାଲ କଲେଜ ଭାବେ ସ୍ଥାନ ପାଇଛି। ଏଥିସହିତ ଦେଶର ଶ୍ରେଷ୍ଠ ‘ଉନ୍ନତ ମେଡିକାଲ କଲେଜ’  ବର୍ଗରେ ଏହି ପ୍ରତିଷ୍ଠାନ ଦ୍ୱିତୀୟ ସ୍ଥାନ ହାସଲ କରି ନିଜର ଉତ୍କର୍ଷତାର ପ୍ରମାଣ ଦେଇଛି। ଏହି ମାଇଲଖୁଣ୍ଟ ଶିକ୍ଷାଗତ ଉତ୍କର୍ଷତା, ଅତ୍ୟାଧୁନିକ ଗବେଷଣା ଏବଂ ସମର୍ପିତ ରୋଗୀ ସେବା ପ୍ରତି ଏମ୍ସ ଭୁବନେଶ୍ୱରର ଅଟଳ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ‘ଇଣ୍ଟେକ୍ କ୍ୱାଲିଟି ଆଣ୍ଡ ଗଭର୍ନାନ୍ସ’, ‘ଏକାଡେମୀକ ଉତ୍କର୍ଷତା’, ‘ଭିତ୍ତିଭୂମି ଏବଂ ଅଭିଜ୍ଞତା’, ‘ବ୍ୟକ୍ତିତ୍ୱ ଏବଂ ନେତୃତ୍ୱ ବିକାଶ’, ‘ବୃତ୍ତିଗତ ଉନ୍ନତି ଏବଂ ପ୍ଲେସମେଣ୍ଟ ଆଦି ଭଳି ପାଞ୍ଚଟି ବ୍ୟାପକ ପାରାମିଟରକୁ ନେଇ ଗଠିତ ମାପଦଣ୍ଡ ଆଧାରରେ ସାରା ଦେଶରେ ଥିବା ମେଡିକାଲ କଲେଜଗୁଡିକୁ ନେଇ ଏହି ସର୍ଭେ କରାଯାଇଥିଲା। ଇଣ୍ଡିଆ ଟୁଡେ ପକ୍ଷରୁ ଏହି ସମ୍ମାନଜନକ ସର୍ଭେ ଖ୍ୟାତନାମା ଅନୁସନ୍ଧାନ ଏଜେନ୍ସି ମାର୍କେଟିଂ ଆଣ୍ଡ ଡେଭଲପମେଣ୍ଟ ରିସର୍ଚ୍ଚ ଆସୋସିଏଟ୍ସ (ଏମଡିଆରଏ) ସହିତ ମିଳିତ ଭାବରେ କରାଯାଇଛି ।

Related Articles

Back to top button