Uncategorized

ଗଙ୍ଗାଧର ମେହେର ପ୍ରତିଷ୍ଠାନ ଆନୁକୂଲ୍ୟରେ ପୁଅ ଜିଉଁତିଆ ଓଷା ପାଳିତ

ଭୁବନେଶ୍ୱର: ଗଙ୍ଗାଧର ମେହେର ପ୍ରତିଷ୍ଠାନ ଆନୁକୂଲ୍ୟରେ ଚନ୍ଦ୍ରଶେଖରପୁରସ୍ଥିତ ହାଉସିଂବୋର୍ଡ କଲୋନୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ପଶ୍ଚିମ ଓଡ଼ିଶାର ପାରମ୍ପରିକ ପୂଜା ପବିତ୍ର ମୂଳାଷ୍ଟମୀ ଦିନ ସୂର୍ଯ୍ୟପୁତ୍ର ଦୂତୀବାହନ ଓଷା, ପୂଅ ଜିଉଁତିଆ (ବ୍ରତ) ଅନୁଷ୍ଠିତ ହୋଇଯାଇଛି। ଆଜିଠାରୁ ଶକ୍ତିପୀଠ ମାନଙ୍କରେ ମା’ଙ୍କ ଷୋହଳ ଦିନାତ୍ମକ ଆରମ୍ଭ ହୋଇଥାଏ। ମା’ମାନେ ନିଜ ପୁତ୍ର ସନ୍ତାନମାନଙ୍କର ମଙ୍ଗଳ ଓ ଦୀର୍ଘଜୀବନ କାମନା କରି ନିର୍ଜଳା ଉପବାସ ସହ ପୂଅଜିଉଁତିଆ ବ୍ରତ ପାଳନ କରିଥାନ୍ତି। ପରଦିନ ସକାଳୁ ପୁଅମାନଙ୍କୁ ୧୦୮ ଦୁବ ଚାଉଳରେ ବନ୍ଧା ବ୍ରତକୁ ମୁଣ୍ଡରେ ୭ ଥର ଛୁଆଁଇ ହାତରେ ବ୍ରତକୁ ପିନ୍ଧାଇଥାନ୍ତି ଏବଂ ନୂତନ ବସ୍ତ୍ର ପ୍ରଦାନ କରିଥାନ୍ତି।

ମା’ଙ୍କ ପ୍ରସାଦ (ପନିପରିବା ଫଳମୂଳ) ଘାଣ୍ଟତରକାରୀ ଭାବେ ପ୍ରସ୍ତୁତ କରି ସମସ୍ତେ ସେବନ କରିଥାନ୍ତି। ଠିକ୍ ସେହିପରି ଦଶହରା ଅଷ୍ଟମୀ ଦିନ ଭାଇମାନଙ୍କର ଶୁଭମନାସି ଭଉଣୀମାନେ ଭାଇ ଜିଉଁତିଆ ପୂଜା କରି ୧୦୮ ଦୁବ ଓ ଚାଉଳ ବ୍ରତ ସହ ମୁଣ୍ଡରେ ୭ ଥର ଛୁଆଁଇ ହାତରେ ବ୍ରତ ବାନ୍ଧନ୍ତି। ଏହି ପୂଜା ଉତ୍ସବରେ ଅନୀତା ଦାଶ, ବବିତା ମିଶ୍ର, ଦୀପ୍ତି, କୁନୁ, ଗାୟତ୍ରୀ, ଶର୍ମିଷ୍ଠା, ଅନୀତା ଦାସ, ଗୀତାଞ୍ଜଳି, ମମତା ଆଚାର୍ଯ୍ୟ ପ୍ରମୁଖ ଭାଗ ନେଇଥିଲେ ବୋଲି ପ୍ରତିଷ୍ଠାନର ଆବାହିକା ଗୀତା ମେହେର ଏବଂ ମଧୁସ୍ମିତା ଜଣାଇଛନ୍ତି।

Related Articles

Back to top button