Uncategorized

ଭାରତ-ଶ୍ରୀଲଙ୍କା ମଧ୍ୟରେ ଆସନ୍ତା ମାସରୁ ଟେଷ୍ଟ ସିରିଜ୍: ସମୟସୂଚୀ ଜାରି କଲା BCCI

ଭୁବନେଶ୍ୱର:  ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ଅଗଷ୍ଟ ମାସରେ ଶ୍ରୀଲଙ୍କା ଗସ୍ତ କରିବ। ଏହି ଗସ୍ତ କାଳରେ ଟିମ୍ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ପକ୍ଷରୁ ଏହି ସିରିଜ୍‌ର ସମ୍ପୂର୍ଣ୍ଣ ସମୟସୂଚୀ ଘୋଷଣା କରାଯାଇଛି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ (WTC) ର ଅଂଶବିଶେଷ ହୋଇଥିବାରୁ ଏହି ସିରିଜ୍ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ୟୁବା ତାରକା ଶୁବମନ ଗିଲ୍‌ଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲ୍ ସ୍ଥିତିକୁ ଦୃଷ୍ଟିରେ ରଖି ନିଜର ସ୍ଥାନ ସୁଧାରିବା ପାଇଁ ଭାରତ ପାଖରେ ଏହା ଏକ ସୁବର୍ଣ୍ଣ ସୁଯୋଗ।

Related Articles

Back to top button