Uncategorized

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ୮ ବିଭାଗର ୧୨ ପ୍ରସ୍ତାବକୁ ମଞ୍ଜୁରି

ଭୁବନେଶ୍ୱର: ରାଜ୍ୟର ବିକାଶ ଓ ଜନକଲ୍ୟାଣକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଗତକାଲି ଲୋକସେବା ଭବନଠାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୮ଟି ବିଭାଗର ମୋଟ ୧୨ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ବୈଠକ ପରେ ମୁଖ୍ୟମନ୍ତ୍ରୀ ନିଜେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ନୂତନ ‘ଜ୍ଞାନୋଦୟ–ଶିକ୍ଷାରୁ ସମୃଦ୍ଧି’ ଯୋଜନା ମାଧ୍ୟମରେ ଏଣିକି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ନବମ ଶ୍ରେଣୀରୁ ଆରମ୍ଭ କରି ସ୍ନାତକୋତ୍ତର (ପିଜି) ପର୍ଯ୍ୟନ୍ତ ସମସ୍ତ ନିୟମିତ ଛାତ୍ରଛାତ୍ରୀଙ୍କ ନାମଲେଖା ଫି’  ସମ୍ପୂର୍ଣ୍ଣ ଛାଡ଼ କରାଯିବ। ଅନ୍ୟପକ୍ଷରେ, କ୍ୟାବିନେଟ୍‌ରେ ଅନୁମୋଦିତ ଅବଶିଷ୍ଟ ୧୧ଟି ପ୍ରସ୍ତାବ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି। ଏହି ବୈଠକରେ ଭିତ୍ତିଭୂମି ବିକାଶ, ଜଳସମ୍ପଦ, ପ୍ରାଣୀସମ୍ପଦ, ସୂଚନା ପ୍ରଯୁକ୍ତି (ଆଇଟି), ଖାଦ୍ୟ ଯୋଗାଣ ଏବଂ ରାଜସ୍ୱ ପରିଚାଳନା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବଗୁଡ଼ିକୁ ମଞ୍ଜୁରି ମିଳିଛି।

Related Articles

Back to top button