ପାଣିପାଗ

ଓଡ଼ିଶାକୁ ପୁଣି ବାତ୍ୟା ଭୟ! ଅକ୍ଟୋବର ଶେଷ ସପ୍ତାହରେ ବଡ଼ ପରିବର୍ତ୍ତନ !

ପୁଣି ଡରାଇଲା ଅକ୍ଟୋବର ମାସ! ସମ୍ଭାବ୍ୟ ବାତ୍ୟାକୁ ନେଇ ଏବେ ଚିନ୍ତାରେ ଓଡ଼ିଶାବାସୀ। ଆସନ୍ତା ୨୧ ତାରିଖ ବେଳକୁ ଅଣ୍ଡାମାନ ସାଗରରେ ସୃଷ୍ଟି ହୋଇପାରେ ଏକ ଘୂର୍ଣ୍ଣିବଳୟ। ଏହା ପରବର୍ତ୍ତୀ ସମୟରେ ଘନୀଭୂତ ହୋଇ ୨୪ କିମ୍ବା ୨୫ ତାରିଖ ବେଳକୁ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି।ତେବେ ଏହି ଲଘୁଚାପ ଆଗକୁ ଅଧିକ ଘନୀଭୂତ ହୋଇ ଅବପାତ ଏବଂ ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେବ କି? ଯଦି ବାତ୍ୟାରେ ପରିଣତ ହୁଏ, ତେବେ ଏହାର ଗତିପଥ କେଉଁ ଦିଗରେ ରହିବ? ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉପକୂଳ ପ୍ରତି ରହିବ କି ବିପଦ?

ଏସବୁ ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚାର ବିଷୟ। ତେବେ ଏପର୍ଯ୍ୟନ୍ତ ଏହାର ତୀବ୍ରତା ଓ ଗତିପଥ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ ଆକଳନ କରାଯାଇନାହିଁ।ତେଣୁ ଏବେଠାରୁ ବାତ୍ୟା ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ। ପାଣିପାଗର ପ୍ରତ୍ୟେକ ପରିବର୍ତ୍ତନ ଉପରେ ନଜର ରଖିବା ସହ ଆଇଏମ୍‌ଡିର ପରବର୍ତ୍ତୀ ଅପଡେଟ୍‌କୁ ଅପେକ୍ଷା କରିବା ଜରୁରୀ।

ବାତ୍ୟା ଆସିବ କି ନାହିଁ? କେଉଁ ଦିଗକୁ ଯିବ ସମ୍ଭାବ୍ୟ ଲଘୁଚାପ? ଏସବୁର ଉତ୍ତର ମିଳିବ ଆଗାମୀ ପାଣିପାଗ ଆକଳନରୁ। ନଜର ରଖନ୍ତୁ, ସତର୍କ ରୁହନ୍ତୁ।

Related Articles

Back to top button