
ଭୁବନେଶ୍ୱର ,ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଜାରି କରାଯାଇଛି।
ଜିଲ୍ଲା ଗୁଡିକ ହେଲା ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ।
୬ ଏବଂ ୭ ତାରିଖରେ ପୂରା ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ନେଇ, ୟେଲୋ ଆଲର୍ଟ ଜାରି କରାଯାଇଛି।
ସେହିପରି ଆସନ୍ତାକାଲି ୧୦ ଜିଲ୍ଲାରେ ପ୍ରବଳ ବର୍ଷା ନେଇ, ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା,କିଛି କିଛି ଜିଲ୍ଲାରେ, ବିଜୁଳି ଘଡଘଡି ସହ ପବନ ମଧ୍ୟ ବହିବ ।




