
ଭୁବନେଶ୍ୱର,ଟ୍ରପ୍ ଲାଇନ୍ ପ୍ରଭାବରେ, ଉତ୍ତର ଓ ଉପକୂଳ ଓଡ଼ିଶାରେ କାଳବୈଶାଖୀ ବର୍ଷା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।
ପ୍ରବଳ ତାତିରୁ କିଛିଟା ଆସ୍ବସ୍ତି ମିଳିପାରେ। ଗତକାଲି ୪୦ ଡିଗ୍ରୀ ଉପରେ ରହିଥିଲା ୧୫ଟି ସହରର ତାପମାତ୍ରା।
ଟିଟିଲାଗଡ଼ରେ ୪୪ ଡିଗ୍ରୀ, ବଲାଙ୍ଗିରରେ ୪୩.୫, ନୂଆପଡ଼ାରେ ୪୩, ସୁନ୍ଦରଗଡ଼ରେ ୪୨.୮, ସମ୍ବଲପୁର ୪୨.୬, ହୀରାକୁଦ ଓ ରାଉରକେଲାରେ ୪୨.୬ ଡିଗ୍ରୀ ପାରଦ ରେକର୍ଡ ହୋଇଛି।
ଝାରସୁଗୁଡ଼ା ୪୪.୧ ଡିଗ୍ରୀ ସହ ପୁଣି ରାଜ୍ୟରେ ସବୁଠୁ ତତଲା ସହର ପାଲଟିଥିଲା।
ତେବେ ୨୯ ବେଳକୁ ପାଗରେ ହୋଇପାରେ ପରିବର୍ତ୍ତନ। ଆସନ୍ତା ୩ ଦିନ ଯାଏଁ ଗରମ ଓ ଗୁଳୁଗୁଳି ଲାଗି ରହିବ ବୋଲି, ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
୨୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରିରୁ, ତାହ୍ରି ମିଳିବାର ନାହଁ।
ଆଉ ପଶ୍ଚିମ ଓଡ଼ିଶା ବିଭିନ୍ନ ଜିଲ୍ଲାରେ ପାରଦ ୪୫ ଡିଗ୍ରୀ ଛୁଇଁପାରେ ବୋଲି ଚେତାଇ ଦେଇଛି ପାଣିପାଗ ବିଭାଗ।




