ବଦଳିଲେ ଚୟନ କମିଟି ମୁଖ୍ୟ, ନୂଆ ଦାୟିତ୍ୱରେ ପ୍ରଜ୍ଞାନ ଓଝା।

ଭାରତୀୟ କ୍ରିକେଟ୍ରେ ବଡ଼ ପରିବର୍ତ୍ତନ! ପୁରୁଷ କ୍ରିକେଟ୍ ଦଳର ଚୟନ କମିଟିକୁ ନେଇ ହୋଇଛି ବଡ଼ ପରିବର୍ତ୍ତନ। ଅଜିତ ଅଗରକରଙ୍କ ସ୍ଥାନରେ ଏବେ ଦାୟିତ୍ୱ ସମ୍ଭାଳିବେ ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝା।ସୋମବାର ବିସିସିଆଇ ପକ୍ଷରୁ ଏହି ନିଯୁକ୍ତି ନେଇ ଘୋଷଣା କରାଯାଇଥିବା ସୂଚନା ମିଳିଛି। ପୂର୍ବରୁ ଅନ୍ତରୀଣ ଚୟନକର୍ତ୍ତା ଭାବେ କାମ କରୁଥିବା ପ୍ରଜ୍ଞାନ ଓଝାଙ୍କୁ ଏବେ ମିଳିଛି ପୂର୍ଣ୍ଣକାଳୀନ ଦାୟିତ୍ୱ।
ସେହିପରି, ଚୟନ କମିଟିରେ ସାମିଲ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ରମେଶ ପୱାର। ନୂଆ ଚୟନ କମିଟି ଗଠନ ପାଇଁ କ୍ରିକେଟ୍ ଆଡଭାଇଜରୀ କମିଟିର ସଦସ୍ୟ ଅଶୋକ ମାଲହୋତ୍ରା ଏବଂ ଜତିନ ପରାଞ୍ଜପେ ଚୟନ ପ୍ରକ୍ରିୟା ପରିଚାଳନା କରିଥିଲେ।ଏବେ ସମସ୍ତଙ୍କ ନଜର ନୂଆ ଚୟନ କମିଟି ଉପରେ। ଆଗାମୀ ଦିନରେ ଭାରତୀୟ ଦଳର ଖେଳାଳି ଚୟନ ଏବଂ ଦଳର ରଣନୀତିରେ କି ପ୍ରକାର ପରିବର୍ତ୍ତନ ଆସୁଛି, ତାହା ଦେଖିବାକୁ କ୍ରିକେଟ୍ ପ୍ରେମୀ ଅପେକ୍ଷା କରିଛନ୍ତି।
ତେବେ ନୂଆ ଚୟନ କମିଟି ଭାରତୀୟ କ୍ରିକେଟ୍କୁ କେଉଁ ଦିଗରେ ନେବ? ଏହା ଉପରେ ରହିବ ସମସ୍ତଙ୍କ ନଜର।




