ISRO କେନ୍ଦ୍ର ଗୁଡ଼ିକରେ ନିଯୁକ୍ତି ଦିଆଯିବ।

ଭୁବନେଶ୍ୱର ,ISROର ଟେଲିମେଟ୍ରି, ଟ୍ରାକିଂ ଓ କମାଣ୍ଡ ନେଟୱାର୍କ ପରି ବିଭିନ୍ନ ପଦବୀରେ, ନିଯୁକ୍ତି ପାଇଁ, ଆବେଦନ ଆମନ୍ତ୍ରଣ କରାଯାଇଛି। ଅନଲାଇନ୍ ଆବେଦନ ପ୍ରକ୍ରିୟା ୨୦୨୬ ଜୁନ୍ ୨୭ ତାରିଖରୁ, ଆରମ୍ଭ ହୋଇଛି। ଆଗ୍ରହୀ ପ୍ରାର୍ଥୀମାନେ ଜୁଲାଇ ୨୦, ୨୦୨୬ ପର୍ୟ୍ୟନ୍ତ ଆବେଦନ କରିପାରିବେ। ଆବେଦନ ଗୁଡ଼ିକ କେବଳ ସରକାରୀ ୱେବସାଇଟ୍ ମାଧ୍ୟମରେ, ଗ୍ରହଣ କରାଯିବ।ମନୋନୀତ ପ୍ରାର୍ଥୀମାନଙ୍କୁ ସଂଗଠନ ଆବଶ୍ୟକତା ଉପରେ ଆଧାର କରି ଦେଶବ୍ୟାପୀ ISRO କେନ୍ଦ୍ର ଗୁଡ଼ିକରେ ନିଯୁକ୍ତି ଦିଆଯିବ।ପ୍ରାର୍ଥୀମାନେ ପ୍ରଥମେ ସରକାରୀ ISRO ୱେବସାଇଟ୍ ପରିଦର୍ଶନ କରିବା ଉଚିତ। ଏହା ପରେ, ‘କ୍ୟାରିଅର୍’ ବିଭାଗକୁ ଯାଆନ୍ତୁ। ‘ISTRAC ନିଯୁକ୍ତି ୨୦୨୬’ ଲିଙ୍କ୍ ଖୋଲନ୍ତୁ। ପ୍ରଥମେ ପଞ୍ଜୀକରଣ କରନ୍ତୁ। ତା’ପରେ ଆବେଦନ ଫର୍ମ ପୂରଣ କରିବା ପାଇଁ, ଲଗଇନ୍ କରନ୍ତୁ। ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ୍ କରିବା ଏବଂ ଫି ଦେଇ ଫର୍ମ ଦାଖଲ କରନ୍ତୁ।ବୟସ ସୀମା ସର୍ବନିମ୍ନ ୧୮ ବର୍ଷ ଓ ସର୍ବାଧିକ ୩୫ ବର୍ଷ ମଧ୍ୟରେ, କରାଯାଇଛି। ସଂରକ୍ଷିତ ବର୍ଗର ପ୍ରାର୍ଥୀମାନେ ସରକାରୀ ନିୟମ ଅନୁଯାୟୀ, ବୟସ ଛାଡ଼ ପାଇବେ।




