ଅନ୍ତର୍ଜାତୀୟକ୍ରୀଡ଼ା

୨୬ ଜଣିଆ ଦଳ ଘୋଷଣା କରିଛନ୍ତି ଫୁଟବଲ ଦଳର ମୁଖ୍ୟ କୋଚ୍

ଭୁବନେଶ୍ୱର ,ଫୁଟବଲ ଦଳର ମୁଖ୍ୟ କୋଚ୍ ଖାଲିଦ ଜମିଲ ସୋମବାର ଦିନ, ଏକ ୨୬ ଜଣିଆ ଦଳ ଘୋଷଣା କରିଛନ୍ତି। ଯେଉଁମାନେ ପାନାମା, ବ୍ରାଜିଲ ଓ ଉରୁଗୁଏ ବିପକ୍ଷରେ ତିନୋଟି ବଡ଼ ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବାକୁ ପଡ଼ିଆକୁ ଓହ୍ଲାଇବେ।ଭାରତୀୟ ଦଳ ନିଜର ଅଭିଯାନ ସେପ୍ଟେମ୍ବର ୨୬ ତାରିଖରେ ବେଙ୍ଗାଲୁରୁଠାରେ, ପାନାମା ବିପକ୍ଷରେ ଆରମ୍ଭ କରିବ। ଏହା ପରେ ଦଳ କୋଲକାତା ଅଭିମୁଖେ ଯାତ୍ରା କରିବ।ଭାରତୀୟ ଫୁଟବଲ ଦଳର ମୁଖ୍ୟ, କୋଚ୍ ଖାଲିଦ ଜମିଲଙ୍କ ପାଇଁ ଏହି ତିନିଟି ମ୍ୟାଚ୍ ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, କାରଣ ଭାରତୀୟ ଦଳକୁ ଆଗକୁ ଅନେକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଖେଳିବାର ଅଛି। ବ୍ରାଜିଲ ଏବଂ ଉରୁଗୁଏ ବିପକ୍ଷ ମ୍ୟାଚ୍ ଖେଳାଳିମାନଙ୍କୁ ବଡ଼ ମଞ୍ଚରେ ନିଜର ଦକ୍ଷତା, ପ୍ରଦର୍ଶନ କରିବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବ।ବିଶ୍ୱର ତିନିଟି ବଡ଼ ଦଳ ସହ ମ୍ୟାଚ୍ ଖେଳିବା ପୂର୍ବରୁ ଜାତୀୟ ଦଳର କ୍ୟାମ୍ପ ସେପ୍ଟେମ୍ବର ୧୪ ତାରିଖରୁ, ବେଙ୍ଗାଲୁରୁଠାରେ ଆରମ୍ଭ ହେବ। ପାନାମା ବିପକ୍ଷରେ ମ୍ୟାଚ୍ ଖେଳିବା ପରେ, ଭାରତୀୟ ଦଳ ସେପ୍ଟେମ୍ବର ୨୮ ତାରିଖରେ କୋଲକାତା ଅଭିମୁଖେ, ଯାତ୍ରା କରିବ।ପରେ ଦଳ କ୍ରମାଗତ ଭାବେ ବ୍ରାଜିଲ ଏବଂ ଉରୁଗୁଏ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିବାକୁ ,ମଇଦାନକୁ ଓହ୍ଲାଇବ।ଯୁବ ଖେଳାଳିଙ୍କୁ ନେଇ ଗଠିତ ହୋଇଥିବା ଏହି ଦଳ ସହିତ ମୁଖ୍ୟ କୋଚ୍ ଖାଲିଦ ଜମିଲ, ଆଗାମୀ ମ୍ୟାଚ୍ ଗୁଡ଼ିକ ମାଧ୍ୟମରେ ଭାରତୀୟ ଫୁଟବଲକୁ ଏକ ନୂଆ ରୂପ ଦେବାକୁ ଚାହିଁବେ।

Related Articles

Back to top button