ରାଜନୀତି
ରାଗିଗଲେ ନବୀନ, ଦେବେ ଉଚିତ ଜବାବ

ନବୀନ, ପାଣ୍ଡିଆନଙ୍କ ବିଦେଶ ଗସ୍ତର ତଦନ୍ତ ହେବ , ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ରାଜନୀତି ସରଗରମ ହୋଇପଡିଛି। ଆଉ ଏହି କଥା ଶୁଣି ବି ସିଧା ସିଧା ଶୁଣାଇଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନିଜ ବିଦେଶ ଗସ୍ତ ବହୁତ ସୀମିତ ଥିବା କହିବା ସହ କେବଳ ଓଡ଼ିଶାର ସ୍ୱାର୍ଥ ପାଇଁ ସେ ବିଦେଶ ଯାଇଥିବା କହିଛନ୍ତି ନବୀନ। କେବଳ ଏତିକି ନୁହେଁ ଏହାର ଉଚିତ ଜବାବ ଦିଆଯିବ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।
ସେହିପରି ରାଜସ୍ଥାନ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ମଧ୍ୟ ନିଜର ମତ ରଖିଛନ୍ତି ନବୀନ। ରାଜସ୍ଥାନରେ ବିରୋଧୀ ଦଳ ବହୁତ ଭଲ ପ୍ରଦର୍ଶନ କରିଥିବା କହିଛନ୍ତି। ଏହାର ପ୍ରଭାବରେ ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବାର ଆଶଙ୍କା ରହିଥିବା ମଧ୍ୟ ମତ ଦେଇଛନ୍ତି ନବୀନ ପଟ୍ଟନାୟକ। ସେପଟେ ଏନେଇ ବିଜେପିର ପ୍ରତିକ୍ରିୟା ମିଳିପାରିନି।




