Breaking Newsଅନ୍ତର୍ଜାତୀୟ

ହାରିଗଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ !

ଆମେରିକାରେ ମିଡ୍ ଟର୍ମ ନିର୍ବାଚନକୁ ନେଇ ଜୋରଦାର ଲଢେଇ ହୋଇଥିଲା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏହା ସମ୍ମାନର ପ୍ରଶ୍ନ ଥିଲା । ହେଲେ ହାରିଗଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ | ଡେମୋକ୍ରାଟ୍‌ମାନେ ୫୧ଟି ଆସନରେ ଆଗୁଆ ରହିଥିବା ବେଳେ ରିପବ୍ଲିକାନ୍‌ମାନେ ୩୯ଟି ଆସନରେ ଆଗୁଆ ଅଛନ୍ତି। ଫଳରେ ସିନେଟରେ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି।ସେହିପରି ପ୍ରତିନିଧି ସଭା ବା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍‌ରେ ମଧ୍ୟ ଡେମୋକ୍ରାଟ୍‌ମାନେ ଆଗରେ ରହିଛନ୍ତି। ସେମାନେ ୧୬୫ଟି ଆସନରେ ଆଗୁଆ ଥିବା ବେଳେ ରିପବ୍ଲିକାନ୍‌ମାନେ ୧୦୦ଟି ଆସନରେ ଆଗୁଆ ଅଛନ୍ତି।

ଆଉ ରିପବ୍ଲିକାନ୍ ପାର୍ଟିକୁ ଝଟକା ଲାଗିବା ପରେ ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନିର୍ବାଚନରେ ନିଜ ଦଳର ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବାବେଳେ ଟ୍ରମ୍ପ କହିଛନ୍ତି, ଯଦି ସେ ନିଜେ ବାଲଟ୍‌ରେ ଥାଆନ୍ତେ, ତେବେ ରିପବ୍ଲିକାନ୍ ପାର୍ଟି ବିପୁଳ ବିଜୟ ହାସଲ କରିଥାନ୍ତା। ତାଙ୍କର ଏହି ବୟାନ ଏବେ ଆମେରିକା ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ Truth Socialରେ ପୋଷ୍ଟ କରି ଟ୍ରମ୍ପ ଲେଖିଛନ୍ତି, “ମୁଁ ବାଲଟ୍‌ରେ ନଥିଲି। ଯଦି ମୁଁ ନିର୍ବାଚନ ମଇଦାନରେ ଥାଆନ୍ତି, ତେବେ ଆମେ ବିପୁଳ ବିଜୟ ହାସଲ କରିଥାନ୍ତୁ!” ନିର୍ବାଚନ ଫଳାଫଳକୁ ନେଇ ରାଜନୈତିକ ଚର୍ଚ୍ଚା ମଧ୍ୟରେ ଟ୍ରମ୍ପଙ୍କ ଏହି ପ୍ରତିକ୍ରିୟା ସାମ୍ନାକୁ ଆସିଛି। ତେବେ ନିର୍ବାଚନୀ ଝଟକା ମଧ୍ୟରେ ଟ୍ରମ୍ପଙ୍କ ଏହି ବୟାନ ଆମେରିକା ରାଜନୀତିକୁ ଆହୁରି ସରଗରମ କରିଛି। ନିଜେ ନିର୍ବାଚନ ଲଢ଼ିନଥିଲେ ମଧ୍ୟ ଦଳର ପରାଜୟ ପରେ ଟ୍ରମ୍ପ କାହିଁକି ନିଜ ବିଜୟର ଦାବି କରୁଛନ୍ତି, ତାହାକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି।

Related Articles

Back to top button