
ଭୁବନେଶ୍ୱର , ଗତକାଲି ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସ୍ ରାଉରକେଲାରୁ, କେନ୍ଦ୍ରାପଡ଼ା ଅଭିମୁଖେ ଯାଉଥିଲା। ହଠାତ୍ ଜାତୀୟ ରାଜପଥ ୧୪୯ର ବାରକୋଟିଆ ନିକଟରେ ସର୍ଟ ସର୍କିଟ ହୋଇ ବସ୍ ଟି ଜଳିବାକୁ ଲାଗିଥିଲା। ଯାତ୍ରୀମାନେ ଭୟଭୀତ ହୋଇ ବସରୁ, ବାହାରକୁ ବାହାରି ଆସିଥିଲେ। । ଜାତୀୟ ରାଜପଥରେ ହୁତୁହୁତୁ ହୋଇ ଜଳିଗଲା ଯାତ୍ରୀବାହୀ ବସ୍। ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ବାରକୋଟିଆ ନିକଟରେ ଏଭଳି ଏକ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଅଗ୍ନିକାଣ୍ଡରେ ଯାତ୍ରୀ ମାନଙ୍କର କୌଣସି କ୍ଷତି ହୋଇନଥିଲେ ମଧ୍ୟ ବସ ଭିତରେ ଥିବା ଯାତ୍ରୀମାନଙ୍କର, ଜିନିଷପତ୍ର ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ପାଳଲହଡା ଅଗ୍ନିଶମ ବିଭାଗ ଓ ପରେ ବାରକୋଟ ଅଗ୍ନିଶମ ବିଭାଗର ସାହାଯ୍ୟ ନିଆ ଯାଇଥିଲା।




